ପୋତାଧନ ପାଇବା ଆଶାରେ ବାପାକୁ ବଳି ଉଦ୍ୟମ, ପୁଅ ଓ ପୂଜକ ଗିରଫ

193 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାତାରାତି କୋଟିପତି ହେବା ନିଶା ଓ ପ୍ରଚୁର ସୁନା ରୂପାରେ ପରିପୂର୍ଣ୍ଣ ହଣ୍ଡା ପାଇବା ଆଶାରେ ନିଜ ବାପାକୁ ବଳିଦେବାର ଉଦ୍ୟମ କରିବା ଭଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଳ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ଠାରେ।ସୁଚନା ରୁ ଜଣାଯାଏ ଯେ କଲମପୁର ବେଳପଡ଼ାଠାରେ ଶୁକ୍ରବାର ଦିନ ସୁନା ରୁପା ଭର୍ତି ହଣ୍ଡା ପାଇବା ଆଶା ରେ ନିଜ ବାପାକୁ ବଳିଦେବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମକୁ ଭଣ୍ଡୁର କରିବା ସହ ଏହି ଅଭିଯୋଗ ରେ ଦୁଇ ଜଣ ଙ୍କୁ ଗିରଫ କରିଛି।

କଲମପୁର ବେଳପଡାର ଲିଙ୍ଗରାଜ ଭୋଇ (୩୦) କିଛି ବର୍ଷ ପୂର୍ବରୁ ମାନସିକ ବିକାର ଗ୍ରସ୍ତ ହୋଇ ଥିଲେ ।  ଅନେକ ଉଦ୍ୟମ ପରେ ମଧ୍ୟ ଆରୋଗ୍ୟ ହୋଇପାରିନଥିଲେ ,ଗତକାଲି
ସାଧକ ଚିତ୍ରସେନ ରଣା (୭୦) ଙ୍କ ସହମିଶି ପୋତା ସମ୍ପତି ପାଇବା ଆଶା ନେଇ ସେ ନିଜବାପାକୁ ଏକ ପ୍ରକୋଷ୍ଠରେ ନୂତନ ଲୁଗା , ଫୁଲମାଳ ପକାଇ ଓ ଅସ୍ତ୍ରଶସ୍ତ୍ର ସୁସଜିତ କରି ବଳି ଦେବାକୁ ଉଦ୍ୟମ କରୁଥିବାବେଳେ ପୁଲିସ କୌଣସି ସୂତ୍ରରୁ ସୁରାକ ପାଇ ଘଟଣା ସ୍ଥଳକୁ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ କରୁଥିବାବେଳେ ଅଭିଯୁକ୍ତ ଅସ୍ତ୍ର ମାଧ୍ୟମରେ ପୁଲିସକୁ ଆକ୍ରମଣ କରିଥିଲା ।

ଏଥିରେ ସ୍ଥାନୀୟ ଗ୍ରାମରକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିବାବେଳେ ଅନ୍ୟଜଣେ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବରପାଇ ଜୟପାଟଣା ଏସଆଇ ବିନୟ ବାରାଲ , ଏସ ଏନ ପାତ୍ର , ନୀତି ଚତୁର୍ବେଦୀ , କଲମପୁର ଫାଣ୍ଡି ଅଧିକାରୀବିପିନ କିଶୋର ଝରିଆ , ଚକାଡୋଳା ବାଗ ତଥା ପୁଲିସ ବାହିନୀ ପହଞ୍ଚି ବୃଦ୍ଧ ବଳଦେବକୁ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତକୁ ବହୁ କସରତ କରି ଗିରଫ କରାଯାଇଥିଲା । ପୂଜକ ଓ ଅଭିଯୁକ୍ତକୁ ଜୟପାଟଣା ଥାନା ରେ ଅଟକ ରଖିଛି । ବୃଦ୍ଧ ବଳଦେବକୁ କଲମପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚିକିତ୍ସା ପାଇଁ ରଖାଯାଇଛି ।

 

ଏଠାରେ ଭିଡିଓ ଦେଖନ୍ତୁ…….

 

 

Related Post

ଚିତାଳୋରେ ରାଜନୈତିକ ହିଂସା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ

Posted by - April 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପଞ୍ଚାୟତ ନିର୍ବାଚନ ବିବାଦକୁ କେନ୍ଦ୍ରକରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାଜପୁର ଥାନାରେ ଏ ନେଇ ଲିଖୁତ…

କୋଟିପତି ଯନ୍ତ୍ରୀ ଗିରଫ, କୋଟି କୋଟି ଟଙ୍କା ସହ ସୁନା ଅଳଙ୍କାର ଜବତ

Posted by - April 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦୁର୍ନତୀଗ୍ରସ୍ତ କର୍ମଚାରୀ ଙ୍କ ପାଇଁ ଭୂସ୍ଵର୍ଗ ପାଲଟିଥିବା ଓଡିଶା ରେ ଦୁର୍ନତୀ ର ଚେର ବହୁ ଦୂରକୁ ଲମ୍ବିଥିବା ବେଳେ…

ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ

Posted by - May 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷ ବିଷ୍ଣୁଚରଣ…

ସାଂସଦ ନିରଞ୍ଜନ ବିସି ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘ ର ଉପଦେଷ୍ଟା

Posted by - August 21, 2022 0
ସମ୍ବଲପୁର ;(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର କୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିସି ଙ୍କ ଗସ୍ତ ଅବସରରେ ତାଙ୍କୁ ସମ୍ବଲପୁର ସାର୍କିଟ ହାଉସ ଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ…

ବରୀରେ କ୍ଷେତ୍ର ତଦନ୍ତ ଆଧାରରେ ପଲିଥିନ ଓ ସହାୟତା ପ୍ରଦାନ: ଜିଲ୍ଲାପାଳ

Posted by - September 5, 2020 0
ଯାଜପୁର ଅଫିସ: ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ବରୀ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଧିରେ ଧିରେ ବନ୍ୟା…