ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଆଜି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ସଙ୍କଳ୍ପକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିସାରିଥିବାରୁ ଏହା ଆଜିଠାରୁ ଉଚ୍ଛେଦ ହୋଇସାରିଛି। ଫଳରେ ଏଣିକି ଜାମ୍ମୁ-କାଶ୍ମୀରର ଆଇନଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ। ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ହେବା, ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦିଆଯିବା ଆଦି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିବେ ବୋଲି ସୂଚନା ମିଳିଛି।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବିଜେଡି, ବିଏସ୍ପି, ଏଆଇଏଡିଏମ୍କେ, ଟିଆର୍ଏସ୍, ଆମ୍ ଆଦମୀ ପାର୍ଟି(ଆପ୍), ୱାଇଏସ୍ଆର୍ କଂଗ୍ରେସ ପାର୍ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ସମର୍ଥନ କରିଛନ୍ତି।
Facebook Notice for EU!
You need to login to view and post FB Comments!