Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବୌଦ୍ଧ ଜିଲ୍ଲା ପୋଲିସର ଜରୁରୀକାଳୀନ ଉଦ୍ଧାର ଭ୍ୟାନର ଶୁଭାରମ୍ଭ

222 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସର ଦୁଇଟି ଜରୁରୀକାଳୀନ ଉଦ୍ଧାର ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏସପି ଧୀରେନ୍ଦ୍ର କୁମାର ସ୍ୱାଇଁ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ପୋଲିସ ଆରଆଇ ମଧୁସୂଦନ ମହାପାତ୍ର, ବୌଦ୍ଧ ଆଦର୍ଶଥାନା ଅଧିକାରୀ ମାଧବାନନ୍ଦ ନାୟକ, ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

ଏହି ସେବା ସମସ୍ତ ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କରି ପାଇପାରିବେ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଏହି ଦୁଇଟି ଭ୍ୟାନରୁ ଗୋଟିଏ ବୌଦ୍ଧ ଥାନା ଅଞ୍ଚଳ ଓ ଅନ୍ୟଟି ମନମୁଣ୍ଡା ଥାନା ଅଞ୍ଚଳରେ ସେବା ଯୋଗାଇବ । ତେଣୁ ବୌଦ୍ଧ ଓ ମନମୁଣ୍ଡାର ଜନସାଧାରଣଙ୍କୁ ଯେତେବେଳେ ବି ଏହି ସେବାର ଆବଶ୍ୟକତା ପଡିବ ସେତେବେଳେ ୧୧୨ ନଂ ରେ ଫୋନକରି ସେବାର ସୁଫଳ ପାଇପାରିବେ ବୋଲି ଏସପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related Post

ନୂତନ ସମିତି ସଭ୍ୟ ସଭା ଗୃହ ଉଦ୍ଘାଟନ

Posted by - December 24, 2021 0
କାଶୀପୁର :(ଅଞ୍ଜନ କୁମାର ନାଏକ )ପଞ୍ଚାଚୟତ ସମିତି କାର୍ଯ୍ୟଳୟ ନିକଟରେ ନୂତନ ପଞ୍ଚାୟତ ସମିତି ସଭାଗୃହ ର ଶୁଭ ଉଦ୍ଘାଟନ ହେଇଯାଇଛି ।ଏହି ଅବସରରେ ବିଧାୟକ ଶ୍ରୀ…

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର

Posted by - October 30, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ) ନୀଳଗିରି ରେ, ଭାଲୁ ଆକ୍ରମଣ, ଏକ ନୀତି ଦିନିଆ ଘଟଣା ହୋଇଯାଇଛି। ଗାଁ ଗଣ୍ଡା ରେ ପ୍ରାୟ ଦିନ, ଭାଲୁ ଆକ୍ରମଣର ଶିକାର ହେଉଛନ୍ତି,…

ହିନ୍ଦୁ ଧର୍ମକୁ ପ୍ରତ୍ୟା ବର୍ତ୍ତନ କଲେ ଏକ ପରିବାରର ଛଅ ଜଣ, ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ବାଗତ

Posted by - May 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁ ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଟେଲେନପାଲି ଶାଖା ସଭାପତି…

ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ

Posted by - February 4, 2020 8
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ପ୍ରଭୁ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ…