ଯାଜପୁର ରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲଳିତେଶ୍ୱରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଜିଲାରେ ରହିଥିବା ଥାଲାସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ଯୋଗାଡ ପାଇଁ ପାଂଉଣ୍ଡେସନ ପକ୍ଷରୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରତ୍ୟେକ ରବିବାର ରେ ଏହି ରକ୍ତଦାନ ସଂଗ୍ରହ କରାଯିବ ।
