ଯାଜପୁର ଜିଲ୍ଲା କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସୁପ୍ରିମକୋର୍ଟ ବିଚାରପତି

283 0

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ବ୍ୟାସନଗର ଠାରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ବିନିତ୍ ସରନ, ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧର ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏଥିପାଇଁ ଯାଜପୁରଟାଉନରେ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଯାଜପୁରରୋଡ କୋର୍ଟକୁ ଭରଚୁଆଲ ମାଧ୍ୟମରେ ଉଦଘାଟନ କରାଯାଇଥିଲା । ଯାଜପୁର ଟାଉନର ବିନ୍ଧାଣ ମୌଜାରେ ୫ ଏକର ଜମିରେ ଜିଲ୍ଲା କୋର୍ଟ ଓ ଯାଜପୁର ରୋଡରେ ୩ ଏକର ଜମିରେ ସବ କୋର୍ଟର ଭିତିପ୍ରସ୍ତର ଉଦଘାଟନ କରାଯାଇଛି ।

ଯେଉଁଥିରେ କି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ କୋର୍ଟ, କ୍ବାର୍ଟର ଏବଂ  ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଯାହାକୁ କି ଏକ ମଡେଲ କୋର୍ଟ କୁହାଯାଇପାରିବ ବୋଲି ଅତିଥି ମାନେ ମତ ରଖିଥିଲେ ।   ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ଜଜ୍‌,ଯାଜପୁର କୋର୍ଟର ଜଜ, ବିଭିନ୍ନ ବାର ଆସୋସିଏସନର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।

 

ଫୋଟୋ:-ଏକବାଲ ଅଲି ଖାନ

Related Post

ଜୁଯୋମୁରା ବ୍ଳକରେ ୪ ପଞ୍ଚାୟତ ର ଚାଷୀ କରିବେ ଭୋଟ ବର୍ଜନ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ବ୍ଳକର ୪ ଗୋଟି ପଞ୍ଚାୟତ ର କ୍ଷତିଗ୍ରସ୍ତ ଚାଷୀ ନିଜ ଚାଷର କ୍ଷତିପୂରଣ ପାଇବା ପାଇଁ କରିବେ ଭୋଟ ବର୍ଜନ । ଆଗାମୀ ତ୍ରୀସ୍ତରୀୟ…

ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ,ଦେଖନ୍ତୁ ପୁରା ଭିଡିଓ

Posted by - June 5, 2020 0
ଅନୁଗୁଳ:(ମହେଶ ଭୋମରାଜ)ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସରକାରଙ୍କ ନିୟମାବଳୀ ଆଧାରରେ ଆଜି ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉମାନଙ୍କର ସ୍ନାନ ପୂର୍ଣ୍ଣମା ଅନୁଷ୍ଠିତ ହୋଇଯାଇଛି…

ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Posted by - December 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ କୁ G20 2023 ର ସଭାପତିତ୍ୱ ମିଳିଥିବା ରୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି | ଏ ପରିପେକ୍ଷୀରେ…

ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କ କଂଗ୍ରେସ ରୁ ଇସ୍ତଫା

Posted by - November 7, 2021 0
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ…

ପୂର୍ବାପେକ୍ଷା ମିଳିଲା ଅଧିକ ଜନ ସମର୍ଥନ,ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ଼ ସାଂସଦ

Posted by - March 7, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ଗତ ପଂଚାୟତ ନିର୍ବାଚନ ଭଲି ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲା ରେ ବାଜିମାତ କରିଛି ବିଜେଡି!ବୌଦ୍ଧ ଜିଲ୍ଲା ବିଜେଡି ର…