ଭୁବନେଶ୍ବର୨୩|୭; ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ନାବାଳିକା ଗଣଦୁଷ୍କର୍ମ, ଶିଶୁ ନିଖୋଜ ସଙ୍ଗୀନ ଘଟଣା । ଗତ୨୧ତାରିଖରେ ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଏଯାଏ ଅପରାଧୀଙ୍କ ଟେର ପାଉନି ପୋଲିସ । ଦୁଷ୍କର୍ମର ଶିକାର ନାବାଳିକାକୁ ଆଜି କଟକ ଏସ.ସି.ବି ମେଡିକାଲର ଭେଟିଛନ୍ତି ରଜ୍ୟ ଶିଶୁ ସୁରକ୍ଷା କମିଶନର ଏକ ଟିମ୍ । ସେପଟେ ଅନୁଗୋଳ ପରେ ଏବେ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ୩ଟି ଦୁଷ୍କର୍ମ ମାମଲା । ଅନୁଗୋଳରେ ପୁଣି ଏକ ଲଜ୍ୟା ଜନକ ଘଟଣା ଘଟିଛି। ବସଷ୍ଟାଣ୍ଡ ପାଖରୁ ଜଣେ ୮ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବସଷ୍ଟାଣ୍ଡ ପାଖ ଉତ୍କଳିକା ସୋ‘ରୁମ ନିକଟରେ ଥିବା ଯାଯାବର ବସ୍ତିରେ ସେ ରହୁଥିଲା । ଗତ ରାତିରେ ତା ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି । ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରି ଦୁର୍ବୃତ୍ତ ମୁମୂର୍ଷୁ ଅବସ୍ଥାରେ ଅଳିଆଗଦାରେ ପକାଇ ପଳାଇଥିବା ଜଣାପଡିଛି ।ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ପଛପଟେ ଜଣେ ନାବାଳିକାଙ୍କୁ ଶନିବାର ବିଳମ୍ବିତ ରାତିରେ ବଳାତ୍କାର ପରେ ହତ୍ୟା ଉଦ୍ୟମ ମାମଲା ସୋମବାର ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ପ୍ରଦୀପ୍ତ କହିଥିଲେ। ସେହିପରି ରାଜ୍ୟରେ ଶିଶୁ ନିଖୋଜ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ଶିଶୁମାନଙ୍କୁ କିଏ ଚୋରି କରୁଛି, କେଉଁଆଡ଼େ ଏବଂ କାହିଁକି ନେଉଛି ? ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଛି ନା ଅଙ୍ଗପ୍ରତ୍ୟେଙ୍ଗ କାରବାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।
ସେପଟେ ଅନୁଗୋଳ ପରେ ଏବେ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ୩ଟି ସମାନ ଧରଣର ମାମଲା । ସୁନ୍ଦରଗଡହେମଗିରୀ ଥାନା ଗୋପାଳପୁର କଲୋନୀ ପଡାର ଜଣେ ୧୫ବର୍ଷୀୟ ନାବାଳିକା ଗାଁ ନିକଟ ନାଳକୁ ଶୌଚ ପାଇଁ ଯାଇ ୩ଦିନ ହେଲା ନିଖୋଜ ଥିଲା । ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲରୁ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି । ନାବାଳିକାଙ୍କୁ ଗଣ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହେମଗିରି ପୋଲିସ ଏଯାଏଁ ଅପରାଧୀଙ୍କ କୌଣସି ସୁରାଗ ପାଉନି ।ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ, ଶିଶୁ ନିଖୋଜ ଓ ରାହାଜାନୀ ଭଳ ଘଟଣା ଲୋକଙ୍କ ଧନଜୀବନର ସୁରକ୍ଷା ଓ ଆଇନଶୃଙ୍ଖଳା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।