Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଉତ୍କଳ ଦିବସ ପାଳିତ

273 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ଥରିୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଡ଼. ଲଳିତ ବାଗ ଆୟୋଜିତ ସଭାର ସଭାପତିତ୍ବ କରିଥିବା ବେଳେ ସଭାର ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ସମ୍ମାନିତ ଅତିଥି ଭାବରେ ନୂତନ ପୌରାଧକ୍ଷା ମମତା ଦେବୀ ଜୈନ,ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏବଂ ମୁଖ୍ୟବକ୍ତା ଭାବରେ ଡି.ଏ.ଭି ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ଛାୟା କାନ୍ତ ଷଡ଼ଙ୍ଗୀ ଯୋଗଦେଇ ଥିଲେ।

ଶିକ୍ଷକ ଉମେଶ ଦାସ ଆୟୋଜିତ ସଭା କୁ ପରିଚାଳନା କରିଥିବା ବେଳେ ସଭା ଆରମ୍ଭ ରେ ମଞ୍ଚାସିନ ଅତିଥି ବୃନ୍ଦ ବରପୁତ୍ର ମାନଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ସହ ମାଲ୍ୟାର୍ପଣ କରିଥିଲେ। ଆଧୁନିକତା ର ସ୍ପର୍ଶ ରେ ଓଡ଼ିଆ ଭାଷା ରସାତଳଗାମୀ ହେଉଥିବା ବେଳେ ସମସ୍ତ ଓଡ଼ିଆ ଙ୍କ ଭାଷା ପ୍ରୀତି ବୃଦ୍ଧି ପାଇଲେ ହିଁ ଏ ଜାତିର ସ୍ୱାଭିମାନ ବଞ୍ଚିରହିବ ବୋଲି ଅତିଥି ବୃନ୍ଦ ମତ ପ୍ରକାଶ କରିଥିବାବେଳେ ମୁଖ୍ୟବକ୍ତା ଶ୍ରୀ ଷଡ଼ଙ୍ଗୀ ଭାଷାଭିତ୍ତି ଆଧାରରେ ପ୍ରଥମରାଜ୍ୟ ଭାବରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିବା ଏବଂ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ପଶ୍ଚିମ ଓଡ଼ିଶା ର ଗୁରୁତ୍ବପୁର୍ଣ ଭୂମିକା ଥିବା ନେଇ ଆଲୋକପାତ କରିଥିଲେ।

ପଶ୍ଚିମ ଓଡ଼ିଶାର ୫ ଜଣ ବରପୁତ୍ର ତଥା ମଦନ ମୋହନ ମିଶ୍ର,ଶ୍ରୀପତି ମିଶ୍ର,ମହନ୍ତ ବିହାରୀ ମହାରାଜ,ବ୍ରଜ ମୋହନ ପଟ୍ଟନାୟକ ଓ ବଳଭଦ୍ର ସୁଆର ପ୍ରମୁଖ ସ୍ଵତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସାଜିଥିବା ନେଇ ମୁଖ୍ୟବକ୍ତା ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିବା ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ବୈଦୁତିକ ଗଣମାଧ୍ୟମ ଓଡ଼ିଆ ଭାଷାକୁ ବହୁ ପରିମାଣ ରେ ବିକୃତ କରୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଓଡ଼ିଶା ବନ୍ଦନା ଗାନ କରାଯାଇଥିବା ବେଳେ “ଦଣ୍ଡ ମୁକ୍ତ ବିଦ୍ୟାଳୟ” ବିଷୟ ବସ୍ତୁ କୁ ନେଇ ଆୟୋଜିତ ବକ୍ତୃତା ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ଆସ୍ଥା ସାହୁ ଙ୍କୁ ପ୍ରଥମ,ଆଦ୍ୟାସ୍ମିତା ମହାନ୍ତି ଦ୍ଵିତୀୟ ଏବଂ ଯଶୋବର୍ଦ୍ଧନ ମହାକୁର ଙ୍କୁ ତୃତୀୟ ବିଜେତା ଭାବରେ ପୁରସ୍କୃତ କରାଯାଇଥିଲା।

ସହର ର ଗଙ୍ଗାଧର ଛକ ସ୍ଥିତ ସ୍ଵଭାବ କବି ଗଙ୍ଗାଧର ମେହେର ଓ ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଆୟୋଜିତ ଉତ୍ସବ ରେ ସହରର ବୁଦ୍ଧିଜୀବୀ,ସାହିତ୍ୟ ପ୍ରେମୀ,ସରକାରୀ ଅଧିକାରୀ,ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ପ୍ରତିନିଧି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗ ର ଗନ୍ଥାଗାରିକ ପ୍ରଶାନ୍ତ କୁମାର ଖୁଆସ,ଦେବେନ୍ଦ୍ର ବାଗ,ବୃନ୍ଦାବନ ରଣା ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିଶେଷ ସହିଯୋଗ କରିଥିଲେ।

Related Post

ମାଁ ସମଲେଶ୍ବରୀ ଙ୍କ ଧବଲମୁଖୀ ବେଶ

Posted by - October 7, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ । ଏହି ଦିନରେ ସମ୍ବଲପୁର ର ଅଧିଷ୍ଠ୍ରାତୀ ଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ…

ବୌଦ୍ଧ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜୟନ୍ତୀ ପାଳିତ

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ, ଏକା ଧାରରେ ସମାଜସେଵୀ, କବି ଓ ଲେଖକ, ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ସମାଜ ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ…

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ

Posted by - March 23, 2021 0
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ…

ଓଡ଼ିଶାରେ କରୋନା ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ,ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦୁଇ,ଦେଖନ୍ତୁ ଅପଡେଟ (୬ମଇ ସକାଳ ୮.୧୫)

Posted by - May 6, 2020 1,728
ଭୁବନେଶ୍ବର:ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି  । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ…

ମୁହଁ ଖୋଲିଲେ ପପୁ ପମ୍‌ପମ୍

Posted by - August 18, 2019 0
ଭୁବନେଶ୍ୱର : ନିଜ ଅପ୍‌କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍‌ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର…