ଲୁଇସ୍ ରୋଡ୍୍ରେ ଖୋଲିଲା ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସିଟି ସେଂଟର୍ କାର୍ଯ୍ୟରତ ଜନସାଧାରଣଙ୍କୁ ଯୋଗାଇବ ସେବା

1429 0

ଭୁବନେଶ୍ୱର ଜୁଲାଇ ୪, ୨୦୧୯: ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଏନ୍.ଏ.ବି.ଏଚ୍ ସ୍ୱୀକୃତିପ୍ରାପ୍ତ ମିଠୁ ତୁଲ୍୍ସୀ ଚନ୍୍ରାଇ ପରିସର ପକ୍ଷରୁ ଚିକିତ୍ସାର୍ଥୀମାନଙ୍କୁ ବ୍ୟାପକ ସେବା ଚିକିତ୍ସା ସମ୍ପର୍କିତ ଗବେଷଣା, ଦୃଷ୍ଟିଶକ୍ତି ଅଭିବୃଦ୍ଧି, ପୁନର୍ବାସ ସେବା, ଗୋଷ୍ଠୀଗତ ଚକ୍ଷୁ ସ୍ୱାସ୍ଥ୍ୟ ଯତ୍ନ ଓ ଚକ୍ଷୁଗତ ଶିକ୍ଷା କାର୍ଯ୍ୟକ୍ରମ ଆଦି ହାତକୁ ନିଆଯାଇଛି । ସହରରେ କାର୍ଯ୍ୟରତ ବୃତିିଧାରୀ ଜନସାଧାରଣଙ୍କ ପରିକଳ୍ପେ ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ସିଟି ସେଂଟର ଖୋଲିବା ପାଇଁ ଚିନ୍ତା କରାଯାଇଥିଲା । ଏହି ସିଟି ସେଂଟରକୁ ଏଲ୍.ଭି.ପି.ଇ.ଆଇର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶ୍ରୀ ଆତ୍ମାକୁରୀ ରାମମ୍, କାନାଡା ଭ୍ୟାଙ୍କୋଭରସ୍ଥିତ ବ୍ରିଟିଶ୍ କଲମ୍ବିଆ ବିଶ୍ୱବିଦ୍ୟାଳୟର ଭିଜିଟିଂ କ୍ଲିନିକାଲ୍ ପ୍ରଫେସର ଡଃ ପିଟର ଡୋଲମ୍ୟାନଙ୍କ ଉପସ୍ଥିତିରେ ଉଦ୍୍ଘାଟନ କରିଥିଲେ ।

ଏହି କେନ୍ଦ୍ର ଉଦ୍୍ଘାଟନ ଅବସରରେ ଭୁବନେଶ୍ୱରସ୍ଥିତ ଉଚ୍ଚତର ମିଠୁ ତୁଲ୍୍ସୀ ଚନରାଇ ପରିସରର ମୁଖ୍ୟ ଡଃ ସୂର୍ଯ୍ୟସ୍ନାତ ରଥ କହିଛନ୍ତି “”ଆମେ ବିଗତ ୧୩ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ସେବା କରିଆସୁଛୁ ଓ କ୍ରମାଗତ ପାଖ ଓ ଦୂର ସବୁଠାରୁ ରୋଗୀଙ୍କ ସଂଖ୍ୟା ବଢ଼ିବା ଲକ୍ଷ୍ୟ କରୁଛୁ । ତେଣୁ କାର୍ଯ୍ୟରତ ଜନସାଧାରଣ ତାଙ୍କର କାର୍ଯ୍ୟାଳୟ ସମୟ ପରେ ମଧ୍ୟ ଯେପରି ସେବା ପାଇପାରିବେ ସେଥିପାଇଁ ଆମ ସହର ମଧ୍ୟରେ ଲୁଇସ୍ ରୋଡ୍୍ଠାରେ ଏହି କେନ୍ଦ୍ରର ସ୍ଥାପନା କରିଛୁ ।”

ଲୁଇସ୍୍ ରୋଡ୍୍ସ୍ଥିତ ବହିଃଚିକିତ୍ସା ବିଭାଗ ଦିନ ୧୦ଟାରୁ ରାତି ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ଚକ୍ଷୁ ପରୀକ୍ଷା, ନିଦାନ ଓ ଶଲ୍ୟ ଚିକିତ୍ସା ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି । ପୂର୍ଣ୍ଣାଙ୍ଗ ବହିଃ ଚିକିତ୍ସା ବିଭାଗ ଜୁଲାଇ ୩ରୁ ଆରମ୍ଭ ହେବା ସ୍ଥଳେ ଖୁବ୍ ଶୀଘ୍ର ଶଲ୍ୟ ଚିକିତ୍ସା ଆରମ୍ଭ ହେବାର ଅଛି ।

ଏଲ୍.ଭି.ପି.ଇ.ଆଇ, ଭୁବନେଶ୍ୱରସ୍ଥିତ ଉଚ୍ଚତର କେନ୍ଦ୍ର ଛଡ଼ା ରାଜଗାଙ୍ଗପୁର, ରାୟଗଡ଼ା, କେନ୍ଦୁଝର ଓ ବ୍ରହ୍ମପୁରଠାରେ ୪ଟି କାର୍ଯ୍ୟକାରୀ ମାଧ୍ୟମିକ କେନ୍ଦ୍ର ମଧ୍ୟ ସ୍ଥାପନ କରିଛି । ଜୁଲାଇ ୨୦୦୬ଠାରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ମିଠୁ ତୁଲ୍୍ସୀ ଚନରାଇ କେନ୍ଦ୍ରରେ ୧,୨୦୭,୬୦୫ ରୋଗୀଙ୍କର ଚକ୍ଷୁ ପରୀକ୍ଷା ହୋଇଥିବା ସ୍ଥଳେ ୧୨୯,୧୬୦ ରୋଗୀଙ୍କର ଅସ୍ତ୍ରୋପ•ର ସଫଳତାର ସହ କରାଯାଇଛି । ଓଡ଼ିଶା ସରକାର କନଜେନିଟାଲ କ୍ୟାଟାରାକ୍ଟ ଓ ରେଟିନୋପ୍ୟାଥି ଅଫ୍ ପ୍ରିମ୍ୟାଚୁରିଟି ପାଇଁ ଏମ୍.ଟି.ସି ପରିସରକୁ ଏକ ସାଧନ କେନ୍ଦ୍ର ରୂପେ ବିବେଚିତ କରାଯାଇଛି । ଉକ୍ରର୍ଷ ସହ ସାମ୍ୟଭାବର ସମନ୍ୱୟ ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ଡଃ ରଥ କହିଥିଲେ ଯଦ୍ୱାରା ସମସ୍ତଙ୍କୁ ଉଚ୍ଚ ଗୁଣବତାର ସେବା ଯୋଗାଯାଇପାରିବ । ସେ କହିଥିଲେ ଯେ “”ଏହା ଗର୍ବର ବିଷୟ ଯେ ୩୪୪,୪୦୧ ରୋଗୀଙ୍କୁ ଏଯାବତ୍ ନିଃଶୁଳ୍କ ସେବା ଯୋଗାଇ ଦିଆଯାଇଛି ।”

ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ରୋଗ ସମ୍ପର୍କୀୟ ସଚେତନତାର ପରିପ୍ରସାର ପାଇଁ ଏଲ୍.ଭି.ପି.ଇ.ଆଇ ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ୨୦୨୦ ମସିହାରେ “ସାଇକ୍ଲୋଥନ୍ ୨୦୨୦- ଉନ୍ନତ ଦୃଷ୍ଟି ଶକ୍ତି ଓ ସ୍ୱାସ୍ଥ୍ୟ ପାଇଁ ସାଇକେଲ୍ ଚଲାନ୍ତୁ’ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସମୀପ ଦୃଷ୍ଟିଦୋଷ ଓ ତାହାର ପ୍ରତିକାର ପାଇଁ ଏହି ସାଇକ୍ଲୋଥନ୍ ବାର୍ତା ପ୍ରସାରିତ କରିବ । ମନୁଷ୍ୟର ସର୍ବାଙ୍ଗୀନ ବିକାଶ ଯଥା ସାମାଜିକ, ଶାରୀରିକ ଓ ଭାବଗତ ଅଭ୍ୟୁଦୟ ପାଇଁ ସାଇକେଲ୍ •ଳନାର ବ୍ୟାପକ ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରୁ ମିଳୁଥିବା ଅର୍ଥ ଗରିବ ରୋଗୀଙ୍କୁ ମାଗଣା ଚଷମା ଦେବା ପାଇଁ ବ୍ୟବହାର କରାଯିବ ।

ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସମ୍ପର୍କରେ
ଏଲ୍. ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୧୯୮୭ ମସିହାରେ ହାଇଦ୍ରାବାଦରେ ଏକ ଅଣଲାଭଜନକ, ବେସରକାରୀ, ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ସମନ୍ୱିତ ଚକ୍ଷୁ ପ୍ରତିଷ୍ଠାନ ଭାବରେ ସ୍ଥାପିତ ହୋଇଥିଲା । ଏଲ୍.ଭି.ପି.ଇ.ଆଇ ଦୁଇଟି ଟ୍ରଷ୍ଟ: ହାଇଦ୍ରାବାଦ୍ ଆଇ ଇନଷ୍ଟିଚ୍ୟୁଟ୍ ଏବଂ ହାଇଦ୍ରାବାଦ୍ ଆଇ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ପରି•ଳିତ ହେଉଛି । ଏହି ପ୍ରତିଷ୍ଠାନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭିଜନ ୨୦୨୦: ଦୃଷ୍ଟିଶକ୍ତି ଅଧିକାର ଉପକ୍ରମ ପକ୍ଷରୁ ଦୃଷ୍ଟି ବାଧକତା ନିରାକରଣ ପାଇଁ ସହଯୋଗୀ କେନ୍ଦ୍ରର ମାନ୍ୟତା ଲାଭ କରିଛି ଏହି କେନ୍ଦ୍ରର ୧୦ଟି ପ୍ରମୁଖ ଦିଗ ଯଥା କ୍ଲିନିକାଲ୍ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟିଶକ୍ତି ଥଇଥାନ, ଗ୍ରାମୀଣ ତଥା ଗୋଷ୍ଠୀ ଚକ୍ଷୁ ସ୍ୱାସ୍ଥ୍ୟ, ଚକ୍ଷୁ ବ୍ୟାଙ୍କ, ଅଧିବକ୍ତବ୍ୟ ତଥା ନୀତି ପରିଯୋଜନା, ଦକ୍ଷତା ର୍ନିମାଣ, ଅଭିନବତ୍ୱ ତଥା ଉତ୍ପାଦ ବିକାଶ କ୍ଷେତ୍ରମାନଙ୍କରେ କାର୍ଯ୍ୟକ୍ରମ ରୂପାୟିତ ହେଉଛି ।

ପିରାମିଡସ୍ତରୀୟ ସଂଗଠନ ରୂପେ ଏଲ. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ହାଇଦ୍ରାବାଦସ୍ଥିତ ଉକ୍ରର୍ଷ କେନ୍ଦ୍ର ସହ ଭୁବନେଶ୍ୱର, ବିଶାଖାପାଟଣା ତଥା ବିଜୟୱାଡାରେ ତିନୋଟି ପ୍ରାରମ୍ଭିକ କେନ୍ଦ୍ର, ୨୦ଟି ମାଧ୍ୟମିକ ତଥା ୧୭୯ଟି ପ୍ରାଥମିକ ଚକ୍ଷୁ ସେବା କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ଯାହା ଜରିଆରେ •ରିଟି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକର ଦୁର୍ଗମ ଅଂଚଳରେ ମଧ୍ୟ ଚକ୍ଷୁ ଚିକିତ୍ସା ଓ ପରାମର୍ଶ ସେବା ପହଂଚିପାରୁଛି ।

Related Post

ଛନକା ବଢ଼ାଉଛି କରୋନା: ଦିନକରେ ଡବଲ୍ ସେଞ୍ଚୁରି.

Posted by - September 19, 2020 0
ଅନୁଗୁଳ:ଅନୁଗୁଳରେ ହୁ ହୁ ହେଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ବେଲଗାମ୍ ହୋଇପଡୁଛି କରୋନା ସ୍ଥିତି । ଆଜି( ଶନିବାର) ଅନୁଗୁଳ ଜିଲ୍ଲାରୁ…

ରାଜ୍ୟ ରେ କୋରୋନା ମୃତ୍ୟୁ ୫ ନୁହେଁ ୪,ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Posted by - May 17, 2020 882
ବୁବନେଶ୍ବର :ରାଜ୍ୟ ରେ କୋରୋନା ମୃତ୍ୟୁ ସଂଖ୍ୟା ୫ ହେଲା ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏହା ତ୍ରୁଟି କୁହାଯାଇଛି…

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

Posted by - June 6, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା…

କୋର୍ଟ ପରିସରରେ ଟିଟିଲାଗଡ ଓକିଲ ସଂଘ ତରଫରୁ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜିତ -୨୧୬ ଜଣ କରାଇଲେ ପରୀକ୍ଷା

Posted by - September 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓକିଲ ମାନଙ୍କ ପ୍ରତି ଲୋକଙ୍କ ଧାରଣା ଥାଏ ଯେ କୋର୍ଟରେ ଖାଲି କେଶ ଲଢ଼ିବା ଏମାନଙ୍କ କାମ, ଟିଟିଲାଗଡ଼ ଓକିଲ ସଙ୍ଘ ଲୋକଙ୍କୁ…

ଅଙ୍ଗନବାଡି କର୍ମୀ ଙ୍କ ଠାରୁ ବାହାରିଲା ସାଢ଼େ ଚାରି କେଜିର ଟ୍ୟୁମର

Posted by - June 16, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତ ର ମଶାଣିବନ୍ଧ ଅଙ୍ଗନବାଡି କୁମାରୀ ଦୋରା ଙ୍କ ୟୁଟ୍ରଷ୍ଟ ରୁ ସାଢ଼େ ଚାରି କେଜିର…

Leave a comment

Your email address will not be published.