ରଥ ପାଇଁ ବଦଳିଲା ରାସ୍ତାର ଠିକଣା, ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

1277 0

ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇଣ୍ଡୋର ଷ୍ଟାଡିୟମ୍‌ କିମ୍ବା ଆଇଟିଆଇ ପାର୍କିଂ ସ୍ଥଳରେ ରହିବେ। ସେମାନେ ବାଲିଘାଟ ଓ ବୀର ହରେକୃଷ୍ଣପୁର ଦେଇ ଫେରିବେ।
ଭୁବନେଶ୍ୱରରୁ ବାଇକ୍‌ରେ ଯାଉଥିବା ଲୋକେ ଉତ୍ତରା, ମାଳତୀପାଟପୁର ପରେ ବାଟଗାଁ, ମଙ୍ଗଳାଘାଟ ଦେଇ ଓଲ୍‌ଡ ଜେଲ ଏରିଆ, ଜଗନ୍ନାଥବଲ୍ଲଭ କିମ୍ବା ମଶାଣି ଚଣ୍ଡି ଛକ ପାର୍କିଂ ସ୍ଥଳରେ ରହିବେ। ଆଉ ଜଟିଆବାବାଜୀ ଛକ ଓ ଅଠରନଳା ରୁଟ୍‌ ମାଳତୀପାଟପୁର ଦେଇ ସେମାନେ ଫେରିବେ।

ଅପରପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ବସ୍‌ ଓ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନେ ମାଳତିପାଟପୁର ଓ ତାଳବଣିଆକୁ ଆସିବେ। ଏଠାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମୋଟ ୬୦ଟି ବସ୍‌ ବ୍ୟବସ୍ଥା କରାଯାଇଛି।

Related Post

ଖଣ୍ଡୁଆଳ ମାଳି ସୁରକ୍ଷା ସମାବେଶ, ଖଣି ଲିଜ ବାତିଲ ଦାବି କଲା ଖଣ୍ଡୁଆଳ ମାଳି ସୁରକ୍ଷା ସମିତି

Posted by - June 6, 2022 0
* ଖଣ୍ଡୁଆଳ ମାଳି ସୁରକ୍ଷା ସମାବେଶରେ ଯୋଗଦେଲେ ମେଧା ପାଟେକର। * ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ। *…

ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ଭାରତ ବନ୍ଦ:ଧର୍ମଗଡ ରେ ଆଂଶିକ ପ୍ରଭାବ

Posted by - November 29, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ)ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଭାରତ ବନ୍ଦ ଡାକରା ରେ ମଙ୍ଗଳବାର ଦିନ ଧର୍ମଗଡ ଠାରେ ଆଦିତ୍ୟ ହଂସ ଙ୍କ ଆବାହକ କ୍ରମେ…

ଡାକ୍ତରଙ୍କୁ ଗୁଳିମାଡ଼:ଡାକ୍ତର ଓ ମେଡିସିନ ଦୋକାନୀ ଗୁରୁତର

Posted by - December 15, 2019 741
ଖୋର୍ଦ୍ଧା ୧୫।୧୨: କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଗୁଳିମାଡରେ ଡାକ୍ତର ମାନସ ଦାସ ଓ ଜଣେ ମେଡିସିନ ଦୋକାନୀ କର୍ମଚାରୀ ଆହତ ହୋଇଛନ୍ତି…

ବେଲଗୁଣ୍ଠା ରେ ଟୀକାକରଣ ପ୍ରହସନ

Posted by - July 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଟୀକା ନେବାକୁ ବାଧ୍ୟ କରୁଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ । କିଛିଦିନର ଟୀକାକରଣ ପରେ…

Leave a comment

Your email address will not be published.