ବୌଦ୍ଧ:(ଚିତ୍ତ ରଂଜନ ସିଂ)ମାଳ ମାଳ ସରକାରୀ ଯୋଜନା,ପୁଣି ନୂଆ ନୂଆ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ସଠିକ ଭାବରେ ପହଂଚି ପାରୁନି ଯୋଜନା ଉଚିତ ହିତାଧିକାରୀ ଙ୍କ ପାଖରେ!ପୁଣି କିଛିକିଛି ସ୍ଥାନରେ କାମ କରି ହିତାଧିକାରୀ ପାଇପାରୁନି ପ୍ରାପ୍ୟ!କାମ କରି ବକେୟା ପ୍ରାପ୍ୟ ପାଇଁ ବାର ବାର ସରକାରୀ ଅଧିକାରୀ ଙ୍କ ଦ୍ୱାରସ୍ତ ହେବାକୁ ପଡୁଛି ଅସହାୟ ପରିବାରକୁ!ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ପଂଚାୟତରେ!
ପଂଚାୟତ ର ଆଡେଣି ଗଡ଼ ଗ୍ରାମ ର ଦେବେଶ ଚନ୍ଦ୍ର ସାହୁ 2018-19, ଜୟ ବାଙ୍କ ଗୋଛାବାରୀ 2019-20,ବାଛିମନ ସାହୁ ନୂଆ ଗାଁ ୨୦୧୮-୧୯ରେ ଇନ୍ଦିରା ଆବାସ ଯୋଜନା ରେ ଘର ପାଇ କାମ ସଂପୂର୍ଣ କରିସାରିଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ଟଙ୍କା NREGA ବାବଦ କୁ ପ୍ରାପ୍ୟ ଟଙ୍କା ପାଇନ ଥିବାର ଅଭିଯୋଗ ଆଣିଛନ୍ତି!ତାଙ୍କ ବୟାନ ଅନୁଯାଇ ସେମାନେ ଏହି ବକେୟା ଟଙ୍କା ପାଇଁ ସ୍ଥାନୀୟ ସରପଞ୍ଚ, GRS, PEO ଙ୍କୁ ଏ ବାବଦରେ ବାରବାର ଦୃଷ୍ଟି ଆକର୍ଷଣ କରିଥିଲେ କିଛି ସୁଫଳ ମିଳିନ ଥିବାରୁ ଶେଷରେ ନିରାଶ ହୋଇ GRS ସୈlରଜିତ ମହାପାତ୍ର ହାତ ଗୁଞ୍ଜା ଦେଲେ ବିଲ କରାଇଦେବି କହିବାରୁ ୧୦୦୦/୨୦୦୦ ଟଙ୍କା ଲlଞ୍ଚ ଆକାରରେ ଅସହାୟ ଅଭିଯୋଗ କାରି ମାନେ ହାତ ଗୁଞ୍ଜା ବି ଦେଇଥିଲେ!
କିନ୍ତୁ ଦୁଃଖର ବିଷୟ ଏକ ବର୍ଷ ବିତିଯାଇଥିଲେବି ଆଜିପଯ୍ୟନ୍ତ ତାଙ୍କ ପ୍ରାପ୍ୟ ପାଇପାରିଲେନି ତିନି ଅଭିଯୋଗ କାରି!ଏପଟେ କିନ୍ତୁ ସରକାର ଯୋଜନା ଉପରେ ଯୋଜନା କାରି ବାହା ବାଃହା ମାରୁଥିବା ବେଳେ ସରକାରୀ କର୍ମଚାରୀ ଲୁଟିଚାଲିଛି ଗରିବ ଅସହାୟଙ୍କୁ!