ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ । ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ସ୍ପଷ୍ଟ କରିଛି । ବିମାନ କ୍ରାସରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାୟୁସେନା ଟିମ ।ଜୁନ ୩ ତାରିଖରେ ଆସାମ ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା AN-୩୨ ବିମାନ । କିଛି ବାଟ ଗଲାପରେ ବିମାନ ନିଖୋଜ ହୋଇଯାଇଥିଲା । ୯ଦିନ ପରେ ଜୁନ ୧୧ ତାରିଖରେ ଅରୁଣାଚଳ ପ୍ରଦେଶର ଟେଟୋ ଅଞ୍ଚଳରେ ବିମାନର ଭଗ୍ନାବଶେଷ ମିଳିଥିଲା । ଏହାପରେ ବିମାନ ଧ୍ବଂସ ସ୍ଥଳରେ ପହଂଚିବା ପାଇଁ ଚେଷ୍ଟା କରିଥିଲେ ସର୍ଚ୍ଚ ଟିମ । କିନ୍ତୁ ଖରାପ ପାଣିପାଗ ଯୋଗୁଁ ସର୍ଚ୍ଚ ଟିମ ସେଠାରେ ପହଂଚି ପାରିନଥିଲା । ବୁଧବାର ଦିନ ୧୫ ଜଣ ପର୍ବତାରୋହୀଙ୍କୁ ଏମୀ-୧୭ ଏବଂ ଆଡ଼ଭାନ୍ସ ଲାଇଟ ହେଲିକେପ୍ଟର ସାହାଯ୍ୟରେ ଧ୍ବଂସ ସ୍ଥଳ ନିକଟରେ ବାୟୁସେନା ଟିମ ପହଞ୍ଚିଥିଲେ ।
ଏହି ବିମାନରେ ୮ ଜଣ କ୍ରୁ ସଦସ୍ୟଙ୍କ ସହ ୫ ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରିଥିଲା । ତେବେ ଏମାନଙ୍କ ମଧ୍ୟରେ ଓଡିଶାର ସୁନୀତ ମହାନ୍ତି ଥିଲେ । ସେ ବାୟୁସେନାର ଫ୍ଲାଇଟ୍ ଲେପ୍ଟନାଣ୍ଟ ଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ବଳିଆପାଲିରେ । ସୁନୀତ ବାୟୁସେନାର ପୂର୍ବତନ କର୍ମଚାରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ପୁଅ ଥିଲେ ।
ସେହିପରି ସୁନୀତଙ୍କ ସହ ଓିଙ୍ଗ କମାଣ୍ଡର ଜିଏମ ଚାର୍ଲ୍ସ, ସ୍କ୍ୱାଡେଲ ଲିଡର ଏଚ ବିନୋଦ, ଫ୍ଲାଇଟ୍ ଲେପ୍ଟନା ଣ୍ଟ । ମୋହିତ ଗର୍ଗ । ଆଶିଷ ତନଓାର, ଅନୁପ କୁମାର, ରାଜେଶ ଥାପା, ସେରିନ, ଏସକେ ସିଂହ, ପୁତାଲୀ, କେକେ ମିଶ୍ର, ପଙ୍କଜ ଓ ରାଜେଶ କୁମାର ଥିଲେ । ଗତ ମାସ ୩ ତାରିଖରେ ବାୟୁସେନାର ବିମାନ ଏଏନ-୩୨ ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା । ହେଲେ ଉଡାଣର ୩ ଘଣ୍ଟା ପରେ ବିମାନ ନିୟନ୍ତ୍ରଣ କକ୍ଷ ସହ ସମ୍ପର୍କ ବିଛିନ୍ନ ହୋଇଯାଇଥିଲା । ତେବେ କିଛିଦିନ ଖୋଜାଖୋଜି ପରେ ଜୁନ ୧୧ରେ ବାୟୁସେନାର ଏମଆଇ-୧୭ ନିଖୋଜ ବିମାନର ଭଗ୍ନାଂଶକୁ ଠାବ କରିଥିଲା । ହେଲେ ଏଥିରେ ଥିବା କୌଣସି ସଦସ୍ୟଙ୍କ ସନ୍ଧାନ ପାଇନଥିଲା । ତେଣୁ ଗୁରୁବାର ବାୟୁସେନା ନିଖୋଜ ବିମାନରେ ଥିବା ସବୁ ସଦସ୍ୟଙ୍କୁ ମୃତ ଘୋଷଣା କରାଯାଇଛି ।