ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1165 0

ନୂଆଦିଲ୍ଲୀ ୧୧|୬: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି ନବୀନ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋଦିଙ୍କ ବାସଭନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କିଛି ପୁରୁଣା ଦାବି ଦୋହରାଇଛନ୍ତି ନବୀନ। ୧ ନମ୍ବରରେ ରହିଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଥିବା ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ ବୋଲି ନବୀନ ଯୁକ୍ତି ରଖିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଛନ୍ତି। ‘ଫୋନି’ ପରବର୍ତ୍ତୀ ସ୍ଥିତି ନେଇ ସେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

Related Post

ଭରତପୁର କୋଇଲାଖଣିରେ ଅଘଟଣ:ମାଟି ଧସି ୧୦ ଶ୍ରମିକ ଆହତ,୪ ଶ୍ରମିକ ପୋତି ହୋଇଥିବା ଆଶଙ୍କା

Posted by - July 24, 2019 0
ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି।…

Leave a comment

Your email address will not be published.