ଯାଜପୁର: ଯାଜପୁର କବାଡି ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତା ରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ରୁ ଉର୍ଦ୍ଧ ଦଳ ଅଂଶଗ୍ରହଣ କରିବେ । ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କବାଡି ପ୍ରତିଯୋଗୀତା ସଂପୁର୍ଣ୍ଣ ଦିବାରାତ୍ର ହେବ । ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ମହିଳା ଦଳ ମଧ୍ୟ ଅଂଶଗ୍ରହଣ କରିବେ । ପୁରୁଷ ବିଭାଗର ଚାମ୍ପିଆନ ଦଳକୁ ୧ ଲକ୍ଷ ଟଙ୍କା,ରନର୍ସ ଅପ ଦଳକୁ ୫୦ ହଜାର ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
