କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପୋଡ଼ା ଗୁଡା ଗ୍ରାମ ଠାରେ ସପ୍ତ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ସୀତାରାମ ଶବର ଯୋଗଦେଇ ଥିବା ବେଳେ ବିଶିଷ୍ଠ ସମାଜସେବୀ ଦୀଲିପ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ପଦ୍ମ ଚରଣ ବାଣୁଆ, ନବରତ୍ନ ଧାଙ୍ଗଡାମାଝି, ପବିତ୍ର ମାଝି ଘାସିରାମ ନାଏକ, କର୍ଣ୍ଣ ବିଶି ମାଝୀ, ଅଭିମନ୍ୟୁ ସରାଫ, ମାୟାଧର ବାଣୁଆ, ଅଶ୍ବିନୀ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୮ ଟି ଦଳ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମ ଦିବସ ର ପ୍ରଥମ ପର୍ଯ୍ୟାୟରେ ସିନ୍ଧିକାଗୁଡା ବନାମ ହୀରାପୁର ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ହୀରାପୁର ଦଳ ପେନାଲ୍ଟି ଜରିଆରେ ଏକ ଗୋଲ ସ୍କୋର କରି ସିନ୍ଧିକାଗୁଡା ଦଳକୁ ପରାଜିତ କରିଥିଲେ।
ସେହିପରି ଦ୍ଵିତୀୟ ପର୍ଯ୍ୟାୟ ରେ ମାଳଗୁଣ୍ଡି – ସୋଲବନ୍ଧ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇ ପେନାଲ୍ଟି ଜରିଆରେ ଏକ ଗୋଲ ବ୍ୟବଧାନରେ ମାଳଗୁଣ୍ଡି ଦଳ ସୋଲ ବନ୍ଦ ଦଳ କୁ ପରାସ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟ ରେ ଯୁବକ ସଂଘ କର୍ମକର୍ତା ଓ ସଭ୍ଯମାନେ ସକ୍ରୀୟ ସହଯୋଗ କରିଥିବା ବେଳେ ବହୁ କ୍ରୀଡାପ୍ରେମୀ ରୋମାଞ୍ଚକର ମ୍ୟାଚ କୁ ଉପଭୋଗ କରିଥିଲେ।