ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )କରୋନା ମହାମାରୀ ର ଭୟାବହତା ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ମଧ୍ଯ ବିଭିନ୍ନ ଦେଶରେ ସଂକ୍ରମଣ ବଢି ଚାଲିଛି। କରୋନା ର ନୂଆ ପ୍ରଜାତି ଓମିକ୍ରନ ର ସଂକ୍ରମଣ ବିଜୁଳି ବେଗରେ ବୃଦ୍ଧି ପାଇବାରେ ଲାଗିଛି।
ଆମେରିକା ରେ ସଂକ୍ରମିତ ଙ୍କ ସଂଖ୍ୟା ୬ ଲକ୍ଷ ଟପିଥିବା ବେଳେ ବିଭିନ୍ନ ଦେଶରେ ଏହାର ସଂକ୍ରମଣ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ଏହାର ଅନ୍ୟ ପ୍ରଜାତି ଫ୍ଳୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି। ଇସ୍ରାଏଲ ର ଜଣେ ପ୍ରସୂତୀ ହୋଇଛନ୍ତି ପ୍ରଥମ ସଂକ୍ରମିତ ତାଙ୍କଠାରେ ଫ୍ଳୋରୋନା କୋଭିଡ-୧୯ ଓ ଇନଫ୍ଲୁଏଞ୍ଜା (ଫ୍ଲୁ) ର ସଂକ୍ରମଣ ଲକ୍ଷଣ ଦେଖିବାକୁ ମିଳିଛି।
ତେବେ ଏହା କେତେ ସଂକ୍ରାମକ ସେ ସମ୍ପର୍କରେ ଅନୁଧ୍ୟାନ କରୁଛି ଇସ୍ରାଏଲ ସ୍ଵାସ୍ଥ୍ୟ ବିଭାଗ। ଅନ୍ୟ ପକ୍ଷରେ କରୋନା କୁ କାବୁ କରିବା ପାଇଁ ଚତୁର୍ଥ ବୁଷ୍ଟର ଡୋଜ୍ ପାଇଁ ଅନୁମତି ଦିଆଯାଇ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।