ଭୁବନେଶ୍ୱର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରତି ମାସରେ ସମସ୍ତ ବିଭାଗ ଓ ମନ୍ତ୍ରୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।ଆସନ୍ତା ଜୁଲାଇ ୭ ତାରିଖରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜର ପ୍ରଥମ ରିପୋର୍ଟ ଦେବେ।ନୂଆ ସରକାର ଦାୟିତ୍ୱ ନେବା ପରେ ଦଳୀୟ ଇସ୍ତାହାରକୁ ପ୍ରମୁଖତା ଦେଇ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
ଗତ ୨୯ ତାରିଖରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଆଜିଠାରୁ ଠିକ୍ ୩୬୫ ଦିନ ପରେ ପ୍ରତିଶୃତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ । ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶୃତି ଗୁଡିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରିବେ ବୋଲି କହିଥିଲେ ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାସନର ତିନୋଟି ମନ୍ତ୍ର ଟିମ ଓାର୍କ, ଟ୍ରାନ୍ସଫୋରେନ୍ସ ଓ ଟେକ୍ନଲୋଜି ପାଇଁ ପଞ୍ଚମ ପରିମାପକ ସମୟ(ଟାଇମ)କୁ ଅନ୍ତର୍ଭୁକ୍ତ କରିଛନ୍ତି ଏବଂ ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେହିପରି ଗରିବ ଦୂର କରିବା, ମହିଳାଙ୍କ ବିକାଶ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକମାନଙ୍କ ସ୍ୱପ୍ନର ସଫଳ ରୂପାୟନ ପାଇଁ ଏକ ସଫଳ ଓଡିଶା ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି । ତେଣୁ ମନ୍ତ୍ରୀମାନେ ରାଜ୍ୟର ବିକାଶ ପାଇଁ କି କି ପଦକ୍ଷପେ ନେଉଛନ୍ତି ତା’ର ପ୍ରତି ମାସର ରିପୋର୍ଟ ଦେବାକୁ କହିଛନ୍ତି ।
Wow that was strange. I just wrote an really long comment but after I clicked submit my comment didn’t
show up. Grrrr… well I’m not writing all that over again. Anyhow, just wanted to say fantastic blog!