ଅବସରକାଳୀନ ସମ୍ବର୍ଦ୍ଧନା

291 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ପ୍ରତି ଅବସର ନେଇଥିବା ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ପ୍ରାଧ୍ୟାପକ ଡ଼ ରାଜେନ୍ଦ୍ର ଡାକୁଆଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି |ଅନୁଷ୍ଠାନର ଶିକ୍ଷକ ଏବଂ ଅଣଶିକ୍ଷକ ସଂଘ ତରଫରୁ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା |ଗତ ସତ ତିରିଶ ବର୍ଷ ଧରି କାର୍ଯ୍ୟରତ ଥିବା ଉଭୟଙ୍କର ଅନୁଷ୍ଠାନ ସହିତ ସମ୍ପର୍କ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ |

ପ୍ରାକ୍ତନ ଅଧ୍ୟକ୍ଷଙ୍କୁ, ଏବଂ ତାଙ୍କ ସହଧର୍ମିଣୀ ମିନତୀ ମହାନ୍ତିଙ୍କୁ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, ଦେବେଶ ଚନ୍ଦ୍ର ମହାପାତ୍ର, ସନ୍ତୋଷୀ ପରିଡା ମଧୁସ୍ମିତା ପ୍ରଧାନ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଉପଢୌକନ, ଉପହାର, ମାନପତ୍ର ସ୍ମୃତିର ଫୋଟୋ ପ୍ରଦାନ କରିଥିଲେ |ସେହିପରି ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଏବଂ ତାଙ୍କ ସହଧର୍ମିଣୀ ସସ୍ମିତା ରାଣୀଙ୍କୁ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ କର, ପିଙ୍କି ପାଲାଇ, ରୁନିବାଳା ତ୍ରିପାଠୀ, ଭାରତୀ ବିଶ୍ୱାଳ, ବିଜୟ ଲଷ୍ମୀ ପାଢୀ, ରମେଶ ଚନ୍ଦ୍ର ଗଉଡ଼ ସମ୍ବର୍ଦ୍ଧିତ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଗଙ୍ଗାଧର ଦାଶ, ପ୍ରକାଶ ଚନ୍ଦ୍ର ଆଳତୀୟା, ଗୋପାଳପୁର ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼ ରାମ ପ୍ରସାଦ ପଣ୍ଡା, ସୁଶାନ୍ତ କୁମାର ଲେଙ୍କା, ଦିବାକର ମୁନି, ରାମ ଚନ୍ଦ୍ର ମହାନ୍ତି,ମହେଶ୍ଵର ଗୌଡ଼, ସଞ୍ଜୟ ସାହୁ, ସ୍ୱରୂପ|ରାଣୀ ବିଶ୍ୱାଳ ସ୍ମୃତି ଚାରଣ କରିଥିଲେ |ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗଉଡ଼ ବିଦ୍ୟାବିହାର ସଂଗୀତ ଗାନ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ କୁମାର ମିଶ୍ର, ସିମାଞ୍ଚଳ ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ପଦ୍ମ ଚରଣ ନାୟକ, ଦିପୁ ଭୂୟାଁ, ସୀମାଞ୍ଚଳ ମହାନ୍ତି ପ୍ରମୁଖ ସାହାଯ୍ୟ କରିଥିଲେ |

Related Post

ଢେମସା ଗ୍ରାମରେ ଗ୍ରାମବାସି ଓ ଯୁବଗୋଷ୍ଠିଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ

Posted by - July 25, 2022 0
ବରଗଡ:(ରମାକାନ୍ତ ବିଶ୍ଵାଳ) ଓଡିଶାର ଭାତହାଣ୍ଡି ଭାବେ ସୁପରିଚିତ ବରଗଡ ଜିଲ୍ଲା ର ଅତାଵିରା ବ୍ଲକ ଅଧିନସ୍ଥ ଜାଙ୍ଗେଡ ଗ୍ରାମପଞ୍ଚାତର ଢେମସା ଗ୍ରାମର ଯୁବଗୋଷ୍ଠୀଙ୍କ ମିଳିତ ଉଦ୍ୟମ ରେ…

ସମାଜ ସେବା ପାଇଁ ଜନନୀ ମିଶ୍ର ପାଇଲେ ଡକ୍ଟରେଟ ଉପାଧି

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବିଶ୍ଵ ମାନବିଧକାର ସୁରକ୍ଷା ସଂଗଠନ,ଓଡିଶା ଶାଖାର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଜନନୀ ମିଶ୍ର ଙ୍କୁ ମାନବିଧକାର ସୁରକ୍ଷା ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ଅଁଳାଗୁଡା ଗ୍ରାମ ସ୍ଵତନ୍ତ୍ର ରାଜସ୍ବ ଗ୍ରାମ ଭାବେ ଘୋଷିତ

Posted by - October 17, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଁଳାଗୁଡା ଗ୍ରାମକୁ ରାଜସ୍ୱ ବିଭାଗ ପକ୍ଷରୁ ରାଜସ୍ୱ…

ଖପ୍ରାଖୋଲ ରେ ଥାନା ରେ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

Posted by - June 27, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଥାନା ପରିସରରେ ରଥଯାତ୍ରା ପାଇଁ ଥାନା ସ୍ତରୀୟ ପ୍ରାକ ପ୍ରସ୍ତୁତି ବୈଠକ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତା ରେ…