ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ବିଭିନ୍ନ ଦାବୀ ନେଇ ଭୁବନେଶ୍ଵର ବିଧାନସଭା ସାମ୍ନାରେ ଆଶା କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆଜି ସମ୍ବଲପୁର ଠାରେ ପଶ୍ଚିମ ଓଡ଼ିଶା ସ୍ତରୀୟ କର୍ମୀ ସଭା ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ଵରେ ଅନୁଷ୍ଠିତ ସଭାରେ ମାସିକ କୋଭିଡ ସହାୟତା ପରିମାଣ ବୃଦ୍ଧି ସହ ତାକୁ ଚାଲୁ ରଖିବା, ସର୍ବନିମ୍ନ ମଜୁରୀ 21 ହଜାର ଟଙ୍କା, ସରକାରୀ ମାନ୍ୟତା, ପେନସନ ୧୦ ହଜାର, ସମସ୍ତଙ୍କୁ ସ୍ମାର୍ଟ ଫୋନ୍, scheme ପ୍ରଥା ଉଚ୍ଛେଦ,NHM କୁ ଅଧିକା ଅନୁଦାନ ଦେଇ ସ୍ଥାୟୀ କରିବା, ଅବସର ଓ ମୃତ୍ୟୁ ସହାୟତା 5 ଲକ୍ଷ୍ୟ କରିବା,କଣ୍ଟିଜେଂସୀ ସକାଶେ ୧୦ ହଜାର ପ୍ରତି ବର୍ଷ ଦେବା, ଇ ପି ଏଫ୍, ଇ ଏସ୍ ଆଇ ଅନ୍ତର୍ଭୁକ୍ତ ସହିତ ସାମାଜିକ ସୁରକ୍ଷା ତୁରନ୍ତ ଯୋଗାଇଦେବା ପ୍ରଭୃତି ଦାବୀ ସମ୍ବନ୍ଧରେ ଆଲୋଚନା କରାଯିବା ସହିତ 6 ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନ କରାଯିବ।
ଆଶା କର୍ମୀ ନେତ୍ରୀ ମମତା ଖଣ୍ଡାୟତ, ଯଜ୍ଞେଶେନି ପ୍ରଧାନ, ଲକ୍ଷ୍ମୀ ମହାରଣା ଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ପ୍ରଶାନ୍ତ ପାଢ଼ୀ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସେପ୍ଟେମ୍ବର ମାସଠାରୁ ମାସିକ କୋଭିଦ୍ ସହାୟତା 1000 ଟଙ୍କା ବନ୍ଦ୍ କରିବା ନିଷ୍ପତ୍ତି କୁ ବିରୋଧ କରିବା ସହିତ ତୀବ୍ର ସମାଲୋଚନା କରିଥଲେ, ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା କର୍ମୀ ଓ ରୋଗୀଙ୍କ ପ୍ରତି ଯେତିକି ତତ୍ପରତା ପ୍ରକାଶ କରିବା କଥା କରାଯାଉ ନାହିଁ ବୋଲି ଶ୍ରୀ ପାଢ଼ୀ କହିଥିଲେ। ସଭାରେ ପ୍ରଭାତୀ ନାୟକ, ହିରାବତି ମିର୍ଦ୍ଧା, ସଞ୍ଜିତା ସିଂ, ମୁକ୍ତା ପ୍ରଧାନ, ସାବିତ୍ରୀ ବିଶ୍ଵାଳ,କୁମୁଦିନୀ ପ୍ରଧାନ, ସୁକାନ୍ତି ମହାନ୍ତି, ପୂର୍ଣାଞ୍ଜଳି ଷଡ଼ଙ୍ଗୀ, ସରୋଜିନୀ ପଟେଲ, ସନ୍ଧ୍ୟାରଣି ପ୍ରଧାନ , ଲକ୍ଷ୍ମୀ ତାଣ୍ଡିଆ ସମେତ ପଶ୍ଚିମ ଓଡ଼ିଶା ର ଶତାଧିକ ଆଶା କର୍ମୀ ଉପସ୍ଥିତ ଥିଲେ। ପ୍ରଶାନ୍ତ ପାଢ଼ୀ