କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିରର ଉନ୍ନତି କରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

245 0

କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଥୁଆମୂଳ ରାମପୁର ସ୍ଥିତ ମନ୍ଦିର ପୁନଃ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ।ଥୁଆମୂଳ ରାମପୁର ତଥା କଳାହାଣ୍ଡି ବାସୀଙ୍କ ବହୁ ପ୍ରତୀକ୍ଷିତ ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନତିକରଣ ମାଧ୍ୟମରେ ଏକ ନୁତନ ଭବ୍ୟ ମନ୍ଦିର ନିର୍ମାଣ ସ୍ବପ୍ନ ଥିଲା ତାହା ଆଜି ସାକାର ହୋଇଛି ।ପ୍ରାୟ ୮ ଶହ ବର୍ଷ ର ଏହି ପୁରୁଣା ମନ୍ଦିର ବହୁବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ସ୍ଥାନୀୟ ଲୋକଙ୍କ ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବୀଙ୍କ ଏନେଇ ପ୍ରୟାସ ଜାରି ରହିଥିଲା।

ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ଯୁକ୍ତ ମିଶ୍ର ଓ ସ୍ଥାନୀୟ ଲାଞ୍ଜିଗଡ ବିଧାୟକ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ।କଳାହାଣ୍ଡି ବାସୀଙ୍କ ଏହି ଦାବି ଆଜି ପୁରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।ଆଜି ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି।ଏଥି ସହିତ ମଞ୍ଚାସୀନ ମାନ୍ୟବର ମନ୍ତ୍ରୀ ଗଣ ତଥା ସ୍ଥାନୀୟ ବିଧାୟକ ଥୁଆମୂଳ ରାମପୁର ବ୍ଲକର ମର୍ଦିଗୁଡା ସ୍ଥିତ ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳୀକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ସହିତ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ବିକାଶ କରାଯିବା ନେଇ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି।

ଶିଳାନ୍ୟାସ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ,ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,କଳାହାଣ୍ଡି ଜିଲ୍ଲାପାଳ ଶ୍ରୀଯୁକ୍ତ ଗାଭାଲୀ ପରାଗ ହର୍ଷଦ,ରାଜ୍ୟସଭା ସାଂସଦ ସୁଜିତ କୁମାର,ଧର୍ମଗଡ ବିଧାୟକ ମୌଷଧି ବାଗ,ନର୍ଲା ବିଧାୟକ ଭୁପେନ୍ଦ୍ର ସିଂ ଏବଂ ସ୍ଥାନୀୟ ଲାଞ୍ଜିଗଡ ବିଧାୟକ ମଞ୍ଚରେ ଉପସ୍ଥିତ ରହିଥିଲେ।କଳାହାଣ୍ଡି ବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର କରିଥିବାରୁ ମଞ୍ଚାସୀନ ବ୍ୟକ୍ତି ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଭିଡିଓ କନଫରେନ୍ସ ମାଧ୍ୟମ ରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ lଏହି ସମାବେଶ ରେ ବହୁ ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥିଲା l

Related Post

ସ୍ନାତକରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଶକ୍ତିମୟ

Posted by - June 19, 2023 0
ସମ୍ବଲପୁର ୟୁନିଭର ସିଟି ରେ ଇତିହାସ ବିଭାଗ ରେ ୪ର୍ଥ ସ୍ଥାନ ଅଧିକା ହରଭଙ୍ଗା:୧୭/୦୬ (ଚିତ୍ତରଞ୍ଜନ ସିଂହ)ଗତ ୧୬ ତାରିକରେ ୨୨/୨୩ ସ୍ନାତକ ପରୀକ୍ଷା ଫଳ ପ୍ରକାଶ…

ଆସନ୍ତା ପୌରନିର୍ବାଚନ ପୂର୍ବରୁ ପୁରୁଣା କଟକ କୁ NAC ମାନ୍ୟତା ଦାବି

Posted by - September 5, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ), ହରଭଙ୍ଗା ବ୍ଲକ ର ପୁରୁଣା କଟକ ହେଉଛି ମୁଖ୍ୟ ବାଣିଜ୍ୟ ସ୍ଥଳ!ହରଭଙ୍ଗା ବ୍ଲକ ର ସଦର ମହକୁମା ବାଣିଭୂଷଣପୁର ଓ ପୁରୁଣାକଟକ କୁ…