ଭୁବନେଶ୍ବର ୨/୬: ଭୁବନେଶ୍ବରରେ ପାହାଡ଼ରାଣୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର। କିଛି ସମୟ ତଳେ କଳ୍ପନା ଦାସଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି।। କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ କମ୍ପ୍ଲେକ୍ସରେ କଳ୍ପନା ଦାସଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି ବହୁ ଲୋକ। ସେଠାରୁ କଳ୍ପନାଙ୍କ ମରଶରୀର ଢେଙ୍କାନାଳ ସହର କୁମ୍ଭାର ସାହିସ୍ଥିତ ବାସଭବନକୁ ଅଣାଯିବ । ସେଠାରୁ ତାଙ୍କର ପୈତୃକ ଘର ଓଡାପଡା ବ୍ଲକ ସାରିଆପଡା ଗାଁକୁ ନିଆଯିବ ।କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶହଶହ କ୍ରୀଡାବିତଙ୍କ ସହ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ କଳ୍ପନାଙ୍କ ଶେଷ ଦର୍ଶନ କରିଛନ୍ତି।
ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା ବେଳେ ଅଧା ରାସ୍ତାରେ କଳ୍ପନାଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହର ବ୍ୟବଛେଦ କରାଯାଇଥିଲା। ବ୍ୟବଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ପ୍ରଦାନ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ କଳ୍ପନାଙ୍କ ମୃତଦେହକୁ ଧରି ଗତକାଲି କାଠମାଣ୍ଡୁରୁ ଆସୁଥିବ ବିମାନ ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା । ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିବାରୁ କଳ୍ପନାଙ୍କ ମରଶରୀର ଶନିବାର ଆସିପାରି ନ ଥିଲା