ଶିଶୁ ନିର୍ଯାତନା,ଶିଶୁ ଅଧିକାର ଓ ଯୌନ ନିର୍ଯାତନା ସମ୍ପର୍କରେ ସଚେତନତା ତାଲିମ କାର୍ଯ୍ୟକ୍ରମ

329 0

ବାଲିଆପାଳ:ଶିଶୁ ଯୌନ ନିର୍ଯାତନା,ଶିଶୁ ଅଧିକାର ଓ ସୁରକ୍ଷା ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବିଶ୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପାଦକ ସମାଜସେବୀ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୁଭାଶିଷ ଦାସ ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ସମାଜରେ ପ୍ରତିଦିନ କୋମଳମତି ଶିଶୁଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ସହିତ ଅନ୍ୟାନ୍ୟ ଶାରୀରିକ ନିର୍ଯ୍ୟାତନାକୁ କିପରି ରୋକାଯାଇ ପାରିବ ଏବଂ ପରିବାର ହେଉକି ସମାଜରୁ ଏପରି ସାମାଜିକ ବ୍ୟାଧିକୁ ସମୂଳେ ନିପାତ କରାଯାଇ ପାରିବ ଏ ଦିଗରେ ସବୁ ସ୍ତରରେ ଉଦ୍ୟମ ହେବା ଦରକାର ବୋଲି ବିଭିନ୍ନ ଦୃଷ୍ଟନ୍ତ ମୂଳକ ଭାବରେ ଉପସ୍ଥାପନ କରିଥିଲେ।

ପିକକ, ୱାଲଡ଼ ଭିଜନ ତରଫରୁ ଶିଶୁ ଯୌନ ନିର୍ଯାତନା ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଅନୁଷ୍ଠିତ ସଚେତନତା କର୍ମଶାଳାରେ ମେ ଆଇ ହେଲ୍ପ ୟୁର ସମ୍ପାଦକ ଉବାଚକ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶିଶୁ ଅଧିକାର ବିଷୟରେ ପିଲାଙ୍କ ସହିତ ପରିବାର ଲୋକମାନେ ଅବଗତ ହେବା ଦରକାର। ଏ ଦିଗରେ ବ୍ୟାପକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି।କେବଳ ସରକାର କି ସ୍ବେଛାସେବୀ ଅନୁଷ୍ଠାନ ଚାହିଁଲେ ହେବନି।ସମାଜର ପ୍ରତିଟି ମଣିଷ ଏ ଦିଗରେ ସଚେତ ହେଲେ ସମାଜରୁ ଏପରି ବ୍ୟାଧି ଦୁରୀଭୂତ ହୋଇପାରିବ। ସମ୍ମାନୀତ ଅତିଥି ଭାନରେ ନମିତା ସାମଲ ଯୋଗଦେଇ କହିଥିଲେ ଯେ ଶିଶୁ ନିର୍ଯ୍ୟାତନା ଓ ଶିଶୁ ଅଧିକାର ବିଷୟରେ ସରକାରଙ୍କ ନିୟମକୁ କଡାକଡି ପାଳନ ହେଲେ ଲୋକ ମାନେ ନିଶ୍ଚିତ ହାବରେ ସଚେତନ ହେବେ।

ଏହି ସଚେତନତା କାର୍ଯ୍ୟକ୍ରମରେ ଆଇସିଡିଏସର ସୁପର ଭାଇଜର ସୌଦାମିନୀ ପାତ୍ର,ଅରଶ୍ମିତା ଜେନା,ଶିକ୍ଷକ ତପନ ପାଠୀ,ବରିଷ୍ଠ ସାମ୍ବାଦିକ ଦିଲୀପ ଦାସ,ବ୍ଲକ ଜିପିଇଓ ରାମଚନ୍ଦ୍ର ମାରାଣ୍ଡି ପ୍ରମୁଖ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସଚେତନତା ତାଲିମ କାର୍ଯ୍ୟକ୍ରମ ରେ ବାଲିଆପାଳ ବ୍ଲକର ଅଙ୍ଗନୱାଡି କର୍ମୀ,ଆଶା, ଶିକ୍ଷକ,ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ବିଶ୍ବାସ ଅନୁଷ୍ଠାନର ସ୍ବେଛାସେବୀ କ୍ଷୀତିସ କୁମାର ଜେନା,ଉତ୍ତମ ପିଳା,ଜୟନ୍ତ ପରିଡା,ପ୍ରମୁଖ ପରିଚାଳନା କରିଥିଲେ।

Related Post

ସଂଗ୍ରାମପୁର ଉ.ପ୍ରା (ମ.ଇ) ବିଦ୍ୟାଳୟ ରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମାରୋହ

Posted by - November 16, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉପ୍ରା (ମଇ)ବିଦ୍ୟାଳୟ ରେ ବିଦ୍ୟାଳୟ ରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ…

ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ

Posted by - December 2, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଅଛି ।…

କାର ଧକ୍କାରେ ୧୧ ବର୍ଷର ନାଁ ବାଳିକା ଆହତ କାର ଛାଡି ଡ୍ରାଇଭର ଫେରାର

Posted by - September 5, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କଳାଖଣ୍ଡି ଠାରେ କାର ଧକ୍କାରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା…

ଗଲ୍ଫ ଓଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

Posted by - July 18, 2022 0
ଭୁବନେଶ୍ୱର (ବ୍ୟୁରୋ) : ଗଲ୍ଫ ଓଡ଼ିଆ ଆସୋସିଏସନ(ଗଓଆ) ର ପଞ୍ଚମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗଓଆ ତରଫରୁ ଭୁବନେଶ୍ୱରଠାରେ ଏକ…

ଅତାବିରା ସତ୍ୟସାଇ ମନ୍ଦିରରେ ବାବା ସତ୍ୟ ସାଇଙ୍କ ୯୬ ତମ ଜନ୍ମ ଦିବସ ପାଲିତ

Posted by - November 25, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା କୁଲୁଣ୍ଡା ରାସ୍ତାରେ ଥିବା ସତ୍ୟସାଇ ମନ୍ଦିରରେ ପାରମ୍ପରିକ ରିତି ନିତିରେ ବାବା ସତ୍ୟସାଇଙ୍କ ୯୬ ତମ ଜନ୍ମଜୟନ୍ତି ଉତ୍ସବ ପାଲିତ ହୋଇଯାଇଛି ।ପ୍ରଥମେ…