୬ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ ଅଫିସ ଘେରାଓ

378 0

ବୌଦ୍ଧ:୧୭/୧୨ (ଚିତରଞ୍ଜନ ସିଂ) ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ କୁ ଶୁକ୍ରବାର ଦିନ ଘେରାଉ କରାଯାଇଥିବା ବେଳେ ସଙ୍ଘ ପକ୍ଷରୁ 6ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ଦିଆଯାଇଥିବା ଜଣାପଡିଛି । କିଷାନ ସଙ୍ଘ ର ଦାବିପତ୍ର ଅନୁଯାଇ ଆଗାମୀ ଦିନରେ ରବିଫସଲ ପାଇଁ ଚାଷୀ ଙ୍କୁ ମାଗଣା ରେ  ବିହନ, ସାର, ଓଷଧ ଯୋଗାଇ ଦେବା,  ସମବାୟ ସମିତି ପକ୍ଷରୁ ଚାଷୀ ମାନଙ୍କୁ ମଞ୍ଜୁର ହୋଇଥିବା ରବି ଋଣ ପ୍ରଦାନ କରାଯାଉ।

୨୦୧୮ ରେ ହୋଇଥିବା ପେଥାଇ ପ୍ରଭାବ ରେ ହରଭଙ୍ଗା ତହସିଲ ଧଳପୁର ସର୍କଲ ର ଚାଷୀ ମାନେ ଆଜି ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ର ମୂଲ୍ୟ ପାଇନଥିବା ବେଳେ ତୁରନ୍ତ  ଚାଷୀଙ୍କୁ କ୍ଷୟକ୍ଷତି ର ଟଙ୍କା ପ୍ରଦନ କରାଯାଉ ।

:

୨୦୨୦ ଖରିଫ ଋତୁ ରେ ମହାନଦୀ କୁଳିଆ ଥିବା ଗ୍ରାମଗୁଡିକ ବନ୍ୟା ଯୋଗୁଁ ଚାଷୀକ୍ଷତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କୌଣସି ସହାୟତା ମିଳିନଥିବା ବେଳେ ତାହା ମଧ୍ୟ  ପୂରଣ କରିବାପାଇଁ ଦାବି କରାଯାଇଥିବା ବେଳେ ବ୍ଲକ ର ପ୍ରସ୍ତାବିତ ମହାନଦୀ କୂଳରେ  ରାମଗଡ଼ ସାଂପଚ ,ଧଳପୁର ଠାରେ ବୃହତ ଉଠା ଜଳସେଚନ  ପ୍ରକଳ୍ପ ଗୁଡିକ ର ତୁରନ୍ତ ନିର୍ମାଣ କରିବା ପାଇଁ  ପଦକ୍ଷେପ ନିଆଯାଉ ବୋଲି କିଷାନ ସଙ୍ଘ ପକ୍ଷରୁ ଦାବି କରାଯାଇଥିଲା ।

ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର ଙ୍କ ନେତୃତ୍ୱରେ ଉକ୍ତ ରାଲି ଟି ଚାରିଛକ ସ୍ଥିତ କାଠ କର୍ପୋରେସନ ଠାରୁ ବାହାରି ତହସିଲ କାର୍ଯ୍ୟଳୟ କୁ ପହଂଚି  ଚାଷୀଙ୍କ ହକ ପାଇଁନାରବାଜି ଦେବସହ 6ଦଫା ଦାବିପତ୍ର ତହସିଲଦାର ସମ୍ଭୁପ୍ରସାଦ ମିଶ୍ର ଙ୍କୁ  ଦିଆଯାଇଥିଲା ।ଏହି ଚାଷୀ ରାଳିରେ ଯୁବ ସମାଜ ସେବୀ ଚାଷୀ ନେତା ବିକାଶଚନ୍ଦ୍ର ମହାକୁଡ଼ , ଲବକିଶୋର ପ୍ରଧାନ, କାଲେନ୍ଦୀ ଚରଣ ଖେତି, ଚିତରଞ୍ଜନ ସାହୁ, ଦଣ୍ଡପାଣି ମେଣ୍ଡୁଲି,ଅରୁପା ଦୀପ ଙ୍କ ସମେତ ବ୍ଲକ ର ବିଭିନ୍ନ ପଂଚୟତ ରୁ ଆସିଥିବା ଶତାଧିକ ଚାଷୀମାନେ ଯୋଗଦେଇଥିଲେ ।

Related Post

ତେଜିଲା “ପୁନଃ ନିର୍ବାଚନମଣ୍ଡଳୀ ଦାବି” ବୈଠକ ଅନୁଷ୍ଠିତ

Posted by - September 10, 2023 0
କେସିଙ୍ଗା:୦୯.୦୯(ପ୍ରିତେଶ ପଟେଲ )କଳାହାଣ୍ଡି ଜିଲ୍ଲା /କେସିଙ୍ଗା ସହରରେ ଜଗନ୍ନାଥ ମନ୍ଦିର ପରିସରେ ଆଜି ସନ୍ଧ୍ୟା ୫ ଟା ରେ କେସିଙ୍ଗା ପୁନଃ ନିର୍ବାଚନମଣ୍ଡଳୀ ଦାବି ନେଇ ଏକ…

ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଅପରିଷ୍କାର ପରିବେଶ

Posted by - November 12, 2020 0
ପଦ୍ମପୁର : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ଅପରିଷ୍କାର ପରିବେଶ ଦେଖାଯାଉଛି । କିଛି ଦିନ ତଳେ ଏକ ସରକାରୀ ନଳକୂପ କୁ ଗ୍ରାମର…

୭୪ଏକର ଗଞ୍ଜେଇ ଗଛ କରାଗଲା ନଷ୍ଟ

Posted by - November 22, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଅରୁଣ କୁମାର ପାଢ଼ୀଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମପଞ୍ଚାୟତ ରେଖାପଲ୍ଲୀ ଓ ରେଖାପଲ୍ଲୀ କଲିନି ଗ୍ରାମ…

ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି

Posted by - January 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁରର ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ପବିତ୍ର ମକର…