Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

OCA ଭିଜନ୍-୨୪ ଆନ୍ତଃଜିଲ୍ଲା ସିନିୟର କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

307 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଆୟୋଜିତ OCA ଭିଜନ୍ -୨୪ ଆନ୍ତଃ ଜିଲ୍ଲା ସିନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିବା ଜୁନାଗଡ଼ ର ନିଉ ରେଡ୍ ଷ୍ଟାର୍ ଓ ରନର୍ସଅପ ଆରିୟନ଼ କ୍ଲବ ଭବାନୀପାଟଣା ଉଭୟ ଦଳ ଙ୍କୁ ଓଡିଶା ଅଲିମ୍ପିକ ଏସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଟ୍ରଫି ପ୍ରଦାନ କରିଥିଲେ।

ଜୁନାଗଡ଼ NRSSC ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲେ।ବିପ୍ଳବ ସିଂ ଓ ତେଜେଶ୍ୱର ମାଝୀ ଖେଳ ପରିଚାଳନା କରିଥିବା ବେଳେ ସାକ୍ଷୀ ଗୋପାଳ ପଣ୍ଡା ଡିଜିଟାଲ ସ୍କୋରର ଓ ଜୟଦୀପ ସିଂ ମାନୁଆଲ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଜୁନାଗଡ଼ NRSSC ର କ୍ଷୀରୋଦ ମାଝିଙ୍କୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବରେ ପ୍ରଥମ ସୁରେନ୍ଦ୍ର ନାଥ ତ୍ରିପାଠୀ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମ କୁ ସଂସ୍ଥା ର ସହ ସମ୍ପାଦକ ସୁନୀଲ କୁମାର ବେହେରା, କ୍ରିକେଟ ସମ୍ପାଦକ ସନ୍ଥ ସିଂ ପରିଚାଳନା କରିଥିବା ବେଳେ ଭିକାରୀ ଚରଣ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଳୀ ଚରଣ ପଟ୍ଟନାୟକ, ମହମ୍ମଦ ଅବଦୁଲ କାଦର, ଅଜୟ ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ସୁବାସ ପଣ୍ଡା, ପଙ୍କଜ ପଟ୍ଟନାୟକ, ନିର୍ମଳ ସିଂ, ଧୀରେନ୍ ପଟ୍ଟନାୟକ, ଚକ୍ରଧର ସେଠି, ଅଶୋକ ପଟ୍ଟନାୟକ, ବିପିନ ମିଶ୍ର, ଜନ୍ମେଜୟ ସରାବୁ, ରବି କାନୁନଗୋ, ସାମ୍ବାଦିକ ସ୍ଵାଧୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବହୁ କ୍ରୀଡାପ୍ରେମୀ, ଦର୍ଶକ ଖେଳଟିକୁ ଉପଭୋଗ କରିଥିଲେ।

Related Post

୨୯ ତାରିଖରୁ ଯାଜପୁରେ ଆରମ୍ଭ ହେବ ସପ୍ତମ ଅଶୋକ ଦାସ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗୀତା

Posted by - January 9, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ସପ୍ତମ ଅଶୋକଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ବୋଲି ଆୟୋଜନ ମେଲବର୍ଣ୍ଣ କ୍ରିକେଟ କ୍ଲବ ପକ୍ଷରୁ ଏକ…

ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ…

ବିଂଝାରପୁର ପ୍ରିମିୟର ଲିଗ ଟୁର୍ନାମେଣ୍ଟ ଉଦଯାପିତ

Posted by - March 11, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ଖେଳ ପଡିଆରେ ବିଂଝାରପୁର ପ୍ରିମିୟର ଲିଗ ଟୁର୍ନାମେଣ୍ଟ ଉଦଯାପିତ ହେଇଯାଛି l ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରିନ୍ସ…

ତୃତୀୟ ରୂପଧରନାଗ ଫୁଟବଲ ସ୍ମାରକୀୟ ଟୁର୍ଣ୍ଣାମେଣ୍ଟ ଉଦ୍ଧଯାପିତ,-ଧର୍ମଗଡ଼ ବିଜୟ

Posted by - November 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜ଼ୀଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ଗାଁ ସୋମବାର ସାପ୍ତାହିକ ବଜାର ନିକଟ ଖେଳ ପଡିଆରେ ଜିଲ୍ଲାସ୍ତରିୟ ତୃତୀୟ ରୁପଧର ନାଗ ସ୍ମ।ରକିୟ…

ଖପ୍ରାଖୋଲ ଟାଇଗର କପ କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - March 23, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ନୂତନ ଖେଲ ପଡ଼ିଆ ଠାରେ ୨୫ତମ ତାଇଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି।ଉଦଯାପିତ ମ୍ୟାଚ ଖଲିଆ ଓ ବନମାଲ…