ଯାଜପୁର ବ୍ଲକ ଅନ୍ତର୍ଗତ ବାଣପୁର ଠାରେ ଥିବା ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୈାତମବୁଦ୍ଦ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଜୁନିୟର ଓ ସିନିୟର ବିଭାଗରେ ଓଡ଼ିଶୀ, ଭଜନ,ଆଧୁନିକ ସଂଗୀତ ଓ ନୃତ୍ୟରେ ୩ଶହରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭଶ୍ରୀ ଲେଙ୍କା ଓ ଅନିଲ କୁମାର ଜେନା, ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
