Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ହିସାବ ଟା ଭୁଲ ହୋଇଗଲା । ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି-ଦାମୋଦର ରାଉତ

6976 307

ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣାପଡୁଥିଲା।‘ବିଜେପିରୁ ପ୍ରାର୍ଥୀ ହେଲିବୋଲି ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି’,ଏ କଥା କହିଲେ ବରିଷ୍ଠ ନେତା ଦାମୋଦର ରାଉତ ।ବିଜେଡିରୁ ବହିଷ୍କାର ହେବାପରେ ଡାକ୍ତର ଦୋଦର ରାଉତ ନବୀନଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଥିଲେ । ନିଜେ କୌଣସି ରାଜନୈତିକ ଦଲ ଗଠନ କରିବେ ବୋଲି ମଧ୍ୟ କହୁଥିଲେ । କିନ୍ତୁ ଶେଷରେ ବିଜେପିରେ ଯୋଗଦେବା ସହ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ବିଜେଡି ଏଠାରେ ବିଜେପିରୁ ଆସିଥିବା ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ଦାମ ରଘୁନନ୍ଦନ ଦାସଙ୍କଠାରୁ ପରାଜିତ ହୋଇଛନ୍ତି ।

ଭାରତୀୟ ଜନତା ପାର୍ଟିକୁ ଯାଇ ସେ ଭୁଲ କରିଛନ୍ତି କି ଓ ସେଥିପାଇଁ ପଶ୍ଚାତାପ କରୁଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି ଯେ, ତାହା ଭାବିବାର କଥା । ସମଗ୍ର ଦେଶରେ ମୋଦି ଲହର କାମ କରିଥିବା ବେଳେ ଓଡିଶାରେ ମୋଦି ଲହର କାମ କଲାନାହିଁ ବୋଲି ଦାମ ସ୍ବୀକାର କରିବା ସହ ସେ କହିଛନ୍ତି ଯେ, ବିଜୁ ଲହରକୁ ମୋଦି ଲହର ପ୍ରତିହତ କରିପାରିଲା ନାହିଁ ଓ ତାର ସୁଫଳ ନବୀନ ପଟ୍ଟନାୟକ ପାଇଲେ । ତେବେ ସେ ମାନିବାକୁ ନାରାଜ ଯେ, ରାଜ୍ୟରେ ନବୀନ ଲହର ଚାଲିଥିଲା ବୋଲି ।

ବିଜେପିରେ ଯୋଗ ଦେବା ସମ୍ପର୍କରେ ମଧ୍ୟ ସେ ଆହୁରି କହିଛନ୍ତି ଯେ, ଅକାରଣରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯିବାପରେ ସେ ସୂଚନା ଅଧିକାର କର୍ମୀଙ୍କ ସହ ମିଶି ସମଗ୍ର ରାଜ୍ୟ ବୁଲି ଲୋକଙ୍କୁ ନବୀନଙ୍କ ସରକାରରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ବୁଝାଉଥିଲେ । ଲୋକ ବି ତାକୁ ଶୁଣିବାକୁ ଭଲ ପାଉଥିଲେ । ହଠାତ ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃମଣ୍ଡଳି ବିଜେପିରେ ଯୋଗ ଦେବାପାଇଁ ତାଙ୍କୁ ନିମନ୍ତ୍ରଣ କଲେ ଓ ସେ ବିଜେପିରେ ଯୋଗ ଦେଲେ । କିନ୍ତୁ ଲୋକେ ତାକୁ ଗ୍ରହଣ କଲେ ନାହିଁ।ନିଜ ପରାଜୟ ନେଇ କାରଣ ମଧ୍ୟ ରଖିଛନ୍ତି ଦାମ। ସେ କହିଛନ୍ତି, ୪୫ ବର୍ଷ ବିଜୁ ଲିଗାସିରେ ରହି ହଠାତ୍ ପରିବର୍ତ୍ତନକୁ ଗ୍ରହଣ କଲେନି ଲୋକେ। ସମ୍ଭବତଃ ସେଥିପାଇଁ ମୋ ପୁଅ ଜିତିଲା ଓ ମୁଁ ହାରିଲି।

Related Post

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

Posted by - March 19, 2020 0
ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା…

There are 307 comments

  1. top canada drugs discount code: rx canada – international pharmacy canada
    online pharmacy with prescription – interpharm.pro Prescription Drug Information, Interactions & Side.

Leave a comment

Your email address will not be published.