ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା,ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର,ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ସାହୁ, ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାପରିଷଦ ଓ ପଞ୍ଚାୟତସମିତିର ସମସ୍ତ ସଭ୍ୟ ସଭ୍ୟା,ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲାପାଳ ଶ୍ରୀଯୁକ୍ତମିଶ୍ର ଜିଲାପରିଷଦର ସଭ୍ୟ ସଭ୍ୟାମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଜିଲାରେ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଠିକ୍ ଭାବରେ ସମ୍ପାଦନ ହୋଇପାରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏତଦସହିତ ତଥାପି ଜିଲାରେ ଆହୁରି ଅନେକ କାର୍ଯ୍ୟ ଅପୂରଣୀୟ ରହିଥିବାବେଳେ ସେଗୁଡିକ ସମ୍ପାଦନ ଦିଗରେ ସମସ୍ତେ ତତ୍ପରତାର ସହିତ ସହଯୋଗ କରିବେବୋଲି ଆଶାବ୍ୟକ୍ତ କରିଥିଲେ । ପରେ ପରେ ପ୍ରତ୍ୟେକ ବିଭାଗର କାର୍ଯ୍ୟ ନେଇ ବୈଠକରେ ସମୀକ୍ଷା କରାଯାଇଥିଲା । ରାଜ୍ୟର ୨୦ ଗୋଟି ବ୍ଳକ ମଧ୍ୟରୁ ଜିଲାର ହରଭଙ୍ଗା ବ୍ଲକ ମରୁଡି ଦ୍ୱାରା ଚାଷ ପ୍ରଭାବିତ ହୋଇଥିବା ନେଇ ଜିଲା କୃଷି ଅଧିକାରୀ ଗୃହକୁ ସୂଚନା ଦେଇଥିଲେ । ଜିଲାରେ ପ୍ରାୟ ୫୪୨୭ ହେକ୍ଟର ଜମିରେ ଧାନ ଚାଷ ହୋଇପାରିନାହିଁ । ଆତ୍ମା ଯୋଜନାରେ ଥିବା ବଳକା ପାଣ୍ଠି ବିନିଯୋଗ କରି ପରିପୂରକ ଚାଷ ନିମନ୍ତେ ସୋରି.ବିରି ଇତ୍ୟାଦି ରବି ଋତୁରେ ଯୋଗାଇବା ଳକ୍ଷ ରଖାଯାଇଛି । ଶସ୍ୟ ଅମଳ ନିରୀକ୍ଷଣ ହେବାପରେ ୫୨ କୁଇଣ୍ଟାଲ ହିସାବରେ ପ୍ରତି ହେକ୍ଟର ଚାଷ ହୋଇଥିବା ନେଇ ଜାତୀୟ ପ୍ରଯୁକ୍ତି ସଂସ୍ଥାନ ଦ୍ୱାରା ତଥ୍ୟ ପ୍ରଦାନ କରାଯାଇଛି । ବିଗତ ଦିନରେ ଅତିରିକ୍ତ ଜିଲାପାଳଙ୍କ ସହିତ ଗୁନ୍ଦୁଳିଆ,ବାଉଁଶୁଣୀ ପ୍ରଭୃତି ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ଆଗାମୀ ଦିନରେ କୃଷିକ୍ଷେତ୍ର ପୋଖରୀ ଜରିଆରେ କ୍ଷତି ଭରଣା କରାଯିବ ବୋଲି ସେ ଗୃହକୁ ଜଣାଇଥିଲେ । ସେହିପରି ଉଦ୍ୟାନ ବିଭାଗରେ ୨୨ କୁଇଣ୍ଟାଲ ପିଆଜ ବୀହନ ଚାଷୀଙ୍କୁ ଯୋଗାଇଦିଆଯାଇଥିବା ସୂଚନା ଦିଆଯାଇଥିଲା ।
କେତେକ ସଦସ୍ୟ ମଧ୍ୟସ୍ଥି ଜରିଆରେ ଆମ୍ବଚାଷ କରାଯାଉଥିବା ନେଇ ଅଭିଯୋଗ କରିବା ପରେ ଏହା ସମ୍ପୁର୍ଣ୍ଣ ବନ୍ଦ କରାଯିବାକୁ ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟ ଜିଲାରେ ବନ୍ଦ ହୋଇଯାଇଥିବାବେଳେ ସେଥିନିମନ୍ତେ ମନରେଗା ଯୋଜନାରେ ୨୯୧ ଗୋଟି କୃଷିକ୍ଷେତ୍ର ପୋଖରୀ ସମ୍ପୁର୍ଣ୍ଣ କରାଯାଇ ଏହି ପ୍ରକଳ୍ପ ଜରିଆରେ ମତ୍ସ୍ୟଚାଷ,ଫଳଚାଷ,କୁକୁଡା ପାଳନ ହିତାଧିକାରୀଙ୍କୁ ଦିଆଯିବାକୁ ଲକ୍ଷ ରଖାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିଲେ । ଜିଲା ଶିକ୍ଷାଧିକାରୀ ୬୩୪ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ସ୍ଥାନାନ୍ତରିତ କରଣ ପାଇଁ ଶିକ୍ଷକ ସମସ୍ୟା ଦେଖାଦେଇଥିବା ସୁଚନା ଦେଇଥିଲେ । ଏଣୁ ପୁନଃ ସମୀକରଣ ବୈଠକ ଆହୁତ କରିବାକୁ ଗୃହକୁ ପ୍ରସ୍ତାବ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲାର ୧୦ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ୩୨ ଗୋଟି ବିଦ୍ୟାଳୟକୁ ସାମିଲ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲାପାଳ ଶ୍ରୀ ମିଶ୍ର ଆଗାମୀ ଦିନରେ ଜିଲାର ସମସ୍ତ ବିଦ୍ୟାଳୟକୁ ଏହି ୫ଟି ଯୋଜନାରେ ହାତକୁ ନିଆଯିବ ବୋଲି ସୁଚନା ଦେଇଥିଲେ । ବିଧାୟକ କଣ୍ଟମାଳ ଶ୍ରୀ ରଣା କେତୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଜାତୀୟ ରାଜପଥ, ନାଳ ପାର ହୋଇଯାଉଥିବା ନେଇ ଅସୁବିଧା ବିଷୟରେ ଅବଗତ କରାଇଥିଲେ ଓ ଏନେଇ ଜିଲା ଶିକ୍ଷା ଅଧିକାରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ବୈଠକରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଅନୁପସ୍ଥିତ ରହି ତାଙ୍କର ପ୍ରତିନିଧି ପ୍ରେରଣ କରିଥିବାରୁ ଏନେଇ ଜିଲାପରିଷଦ ସଭ୍ୟମାନେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ଲୋକପ୍ରତିନିଧିମାନଙ୍କୁ ଉପେକ୍ଷା କରୁଥିବା ନେଇ ଗୃହରେ ଉପସ୍ଥାପିତ କରାଯାଇଥିଲା । ଜିଲାପାଳ ଶ୍ରୀ ମିଶ୍ର ବ୍ୟକ୍ତିଗତ ଭାବେ ଏହାର ତଦନ୍ତ କରି ପ୍ରତିକାର କରିବାକୁ ପ୍ରତିଶୃତି ଦେଇଥିଲେ ।
ବିଶେଷ କରି କୋଭିଡ ୧୯ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ନମୁନା ପରୀକ୍ଷା, ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଲୋକପ୍ରତିନିଧିଙ୍କ ସହଯୋଗ ଜିଲାପାଳ ଶ୍ରୀମିଶ୍ର କାମନା କରିଥିଲେ । ହରଭଙ୍ଗାଠାରେ ସ୍ୱାସ୍ଥ୍ୟ ବିଭାଗର ଜବରଦଖଲ ହୋଇଥିବା ଯାଗାରୁ ଉଛେଦ କରାଯାଇ ପାଚେରୀ ନର୍ମାଣ କରାଯିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ନିର୍ବାହୀ ଯନ୍ତ୍ରୀ ଜଳସେଚନ ସାଲୁଙ୍ଖୀ ନଦୀ ଜଳସେଚନ ପ୍ରକଳ୍ପର ୭୧୬୯ ହେକ୍ଟର ଜମି ମଧ୍ୟରେ ପ୍ରାୟ ୩ ହଜାର ହେକ୍ଟର ଜମିକୁ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଜଳସେଚନ ହୋଇପାରୁନଥିବା ସୂଚନା ଦେଇଥିଲେ । ସେହିପରି ବାଘ ଜଳସେଚନ ପ୍ରକଳ୍ପ ଦ୍ୱାରା୧୦୪୦ ହେକ୍ଟର ଜମିକୁ ରବି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବା ସୂଚନା ଦେଇଥିଲେ ।
ନାବାର୍ଡ ଦ୍ୱାରା ଜଳ ସେଚନ ବିଭାଗର ୬ ଗୋଟି ପ୍ରକଳ୍ପ ଜିଲାରେ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ । ଝାରମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଆସୁଥିବା ୨.୨୩ ଲକ୍ଷ ମଧ୍ୟରୁ ମାତ୍ର ୬୦ ଲକ୍ଷ ଖର୍ଚ୍ଚ ହୋଇ ଜମି ଅଧିଗ୍ରହଣ ନିମନ୍ତେ ବାଧାପ୍ରାପ୍ତ କାର୍ଯ୍ୟକୁ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଉଠାଜଳସେଚନ ବିଭାଗ ପକ୍ଷରୁ ୧୧୦ ଗୋଟି ଚେକ୍ଡେମ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପାଇଁ ପ୍ରସ୍ତାବ ପ୍ରେରଣ କରାଯାଇଥିବାବେଳେ ନୂତନ ଭାବରେ ୧୨୦୬ ହେକ୍ଟର ଜମିକୁ ଜଳସେଚନ ପାଇଁ ୬ ଗୋଟି …