ମାରୁତି କଲୋନୀରେ ଚୋରି ଘଟଣା,ସନ୍ଦେହରେ ୪ଜଣକୁ ଅଟକ ରଖି ପଚରାଉଚରା ଜାରି

227 0

ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପୁରୁଣାକଟକ ମାରୁତି କଲୋନୀରେ ରହୁଥିବା ଶିକ୍ଷକ ନିର୍ମଳ କୁମାର ରଣା ଙ୍କ ଘରୁ ଗତରାତି ରେ ଚୋରି ହୋଇଯାଇଛି। ଗତ ୨୦ ତାରିଖରୁ ନିଜ ଶଳା ଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଶ୍ରୀ ରଣା ସପରିବାର ନୟାଗଡ ଜିଲ୍ଲା ଓଡ଼ଗାଁ କୁ ଯାଇଥିଲେ। ଘରର ଲାଇଟ ଲଗାଇବାକୁ ପଡୋଶୀ ଘର ଙ୍କୁ ଦାୟିତ୍ୱ ଦେଇଥିଲେ ଏବଂ ଗତ କାଲି ପଡୋଶୀ ଲାଇଟ ଲଗାଇବାକୁ ଗଲାବେଳେ ଘରର ମୁଖ୍ୟ ଗେଟ ତାଲା ଭଙ୍ଗାଯାଇ ଆସବସପତ୍ର ପଡିଥିବାର ଦେଖି ଗୃହକର୍ତ୍ତା ଙ୍କୁ ଖବର ଦେଇଥିଲେ। ଶ୍ରୀ ରଣା ତୁରନ୍ତ ନୟାଗଡ ରୁ ଫେରି ପୁରୁଣାକଟକ ଥାନା ରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁରୁଣାକଟକ ପୁଲିସ ତଦନ୍ତ ଆଗେଇଥିଲା।ଘର ଅନୁସନ୍ଧାନ କରିବାରୁ ଜଣା ପଡିଥିଲା ଯେ ଦୁର୍ବୃତ୍ତ ମାନେ ପ୍ରାୟ ସତର ଗ୍ରାମ ସୁନା, ଶହେ ଗ୍ରାମ ରୁପା, ନଗଦ ବାର ହଜାର ଟଙ୍କା ଏବଂ ଏକ ଡିଜିଟାଲ କ୍ୟାମେରା ଚୋରୀ କରି ନେଇଯାଇଥିଲେ। ଫୁଲବାଣୀରୁ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଏବଂ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ସହାୟତାରେ ଅନୁସନ୍ଧାନ ଜାରି ରହିଛି ଏପରିକି ୪ ଜଣକୁ ସନ୍ଦେହ ରେ ପଚରାଉଚରା କରୁଥିବା ଜଣାପଡିଛି। ପ୍ରକାଶ ଥାଉକି ପୁରୁଣାକଟକ ଚାରିଛକ ଅଂଚଳରେ ସମାନ ଢଙ୍ଗରେ ଲଗାତାରଚୋରି ହେଉଥିଲେ ମଧ୍ୟ ଜନସାଧାରଣଙ୍କ ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

କ୍ରମାଗତ ଚୋରି କରି ଚୋରମାନେ ଗୋଟେପଟେ ପୋଲିସ କୁ ଚ୍ୟାଲେଞ୍ଜ କରିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ପୋଲିସ ହାତଖୋଲି କରି ବସିଛି। ପୋଲିସ ପେଟ୍ରୋଲିଂ କଡାକଡି ହେବାସହ, ମିସ୍ତ୍ରୀ କାମ, ଗୁପଚୁପ ବେପାର, ବାଦାମ ବେପାର ନା ରେ ଏଠାରେ ବାହାରୁ ଆସି ରହୁଥିବା ବିହାରୀ, ବଙ୍ଗାଳି ତେଲେଙ୍ଗା ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ଅଂଚଳବାସୀ ଦାବୀ କରିଛନ୍ତି । ଏନେଇ ପୁରୁଣା କଟକ ଥାନା ଅଧିକାରୀ ଜୋଷ୍ଣା ରାଣୀ କାଉଁରୀ ଙ୍କୁ ପଚାରିବାରୁ ଆମେ ଏଥିପ୍ରତି ସଜାଗ ରହିଛୁ ଆଗମୀ ଦିନରେ ପେଟ୍ରୋଲିଂ ପାଇଁ କଡାକଡି ବ୍ୟବସ୍ତା କରିବାସହ ତଦନ୍ତ ଜାରି ରଖିଛୁ ବୋଲି କହିଥିଲେ ।

Related Post

ଦୁର୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଗିରଫ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କେନ୍ଦୁଝର ଯିବା ବାଟରେ ପୋଲିସ ହେପାଯତ ରୁ ଫେରାର ଦୁର୍ଦାନ୍ତ ଅପରାଧୀ ଟିମା @ ଧନେଶ୍ୱର ଝାଙ୍କର କୁ ତିନିବର୍ଷ ପରେ କାବୁ କରିଛି ସମ୍ବଲପୁର…

ଦେଶୀ ଚୋରା ମଦ ଜବତ , ପୋଚ ନଷ୍ଟ, ଜଣକୁ କୋର୍ଟ ଚାଳନା

Posted by - July 25, 2023 0
ବେଲଗୁଣ୍ଠl: ୨୫/୦୭(ସୁଶାନ୍ତ କୁମାର ବେହେରା ) ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରlବଳି ଗ୍ରାମ ନିକଟ ଜଙ୍ଗଲରେ ଚୋରାରେ ଏକ ଦେଶୀ ମଦ ଭାଟି ଚାଲିଥିବା ପୋଲିସ୍ କୁ…

ପୋଲିସ କୁ ଖୋଲା ଚ୍ୟାଲେଞ୍ଜ,ଏଟିଏମ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

Posted by - August 9, 2020 0
ଅନୁଗୋଳ: (ମହେଶ ଭୋମରାଜ )ଅନୁଗୋଳ ସଦରମହାକୁମା ରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଏଟିଏମ  ଲୁଟେରା।ଗ୍ୟାସକଟର ରେ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା।ଅନୁଗୋଳ ଜିଲ୍ଲା ସଦରମହକୁମା…

କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ

Posted by - December 25, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ର କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ରେ ମୄତବ୍ୟକ୍ତି ଙ୍କ ଚେହରା…

ଗଞ୍ଜେଇ ଚାଲାଣର ୨ ସହଯୋଗୀଙ୍କୁ କୋର୍ଟ ଚାଲାଣ,ଗଞ୍ଜେଇ ଗାଡି ଜବତ

Posted by - June 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହକରି ରାଇଘର ପୁଲିସ ସୋମବାର ରାତିରେ ଏକ କାରକୁ ଅଟକାଇ ଥିଲେ। କାରର ନ -CG 04 NJ…