ମାଥିଲି:(ଅବଦୁଲ ଗନି)ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରେ ୧୨୩ ତମ ଜନ୍ମଦିନ ପାଳନ କରାଯାଇଛି। ଶହୀଦ ବୀର ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ସହ ଶହୀଦ ବୀର ଲକ୍ଷ୍ମଣ ନାୟକ ଙ୍କ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେବା ସହ ଇଂରେଜ ମାନଙ୍କୁ ଭାରତ ରୁ ହଟାଇବା ପାଇଁ ନିଜେ ପାଶୀ ପାଇ ଭାରତ କୁ ସ୍ୱାଧୀନତା ଆଣିଥିଲେ।
ସେ ଅଭିବକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଙ୍କୁ ନେଇ ସଙ୍ଘଠନ କରିଥିଲେ। ଏଥିରେ ଉପସ୍ଥିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ସ୍ମୃତରଞ୍ଜନ, ମାଥିଲି ସରପଞ୍ଚ ଗୌରୀ ବଟେ, ବରିଷ୍ଟ ସାମ୍ବାଦିକ ଏମ. ଡି. ଆକବର, ଜିଲ୍ଲା ପରିଷଦ ସଭ୍ୟ ବାଲାରଜୁ କପେ, ପୂର୍ବତନ ସରପଞ୍ଚ ଜି. ହେମନ୍ତ ରାଓ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଉଚ୍ଚାରଣ କରଥିଲେ, ଏଥି ସହ ଅନ୍ୟାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।