ବରୀ ୧୩ା୫: ବରୀ ବ୍ଲକ ଅଧିନସ୍ଥ ବୋଦୁଅ ପଂଚାୟତର ଯଜେ୍ଞଶ୍ୱର ପୀଠରେ ବିଶ୍ୱଶାନ୍ତି ମହା ଯଜ୍ଞ ଆରମ୍ଭ ହୋଇଛି । ରିତୀନୀତି ଅନୁଯାଇ ସ୍ଥାନୀୟ ମହିଳାମାନେ ଖରସ୍ରୋତା ନଦୀ ନିକଟରୁ ଏକ କଳସ ଶୋଭାଯାତ୍ରାରେ ବାହରି ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚି ଥିଲେ ।
ଦୀର୍ଘ ଦିନ ଧରି ପରମ୍ପରା ଅନୁଯାଇ ସୂର୍ଯ୍ୟ ପୂଜା, ଗୋପୂଜା ,ଗୁରୁ ପୂଜା, ଗୋପାଳ ଉପାଚାର ପୂଜା,ଯଜେ୍ଞଶ୍ୱରଙ୍କ ରୁଦ୍ରାଭିଷେକ ପୂଜା, ନନ୍ଦଲାଲଙ୍କ ଷୋଢଶ ଉପାଚାର ପୂଜା, ସପ୍ତ ଦିବସିୟ ଭାଗବତ ପାଠ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ବ ହୋଇ ଆଗାମୀ ଚନ୍ଦନ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ପରେ ସମାପନ ହେବ । ପୂଜକ ଆଚାର୍ଯ୍ୟ ଭାବେ ଉପେନ୍ଦ୍ର ମିଶ୍ର,ପଦ୍ମନାଭ ମିଶ୍ର,ସୁବାଶ ଚନ୍ଦ୍ର ପତି.ସୁମନ୍ତ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତାଭାବେ ରଂଜନ କୁମାର ଜେନା,ରଂଜିତା ଜେନା ଓ ଦୁର୍ଯ୍ୟୋଧନ ସାମଲ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।