ସ୍ଵାଭାବିକ ହୋଇପାରୁନି ପରିସ୍ଥିତି

7510 363

ଭୁବନେଶ୍ୱର ୧୨/୫ : ଫଣି ଯିବାର ୯ ଦିନ ବିତିଲାଣି, ହେଲେ ଲୋକଙ୍କ ଅବସ୍ଥା ସ୍ବାଭାବିକ ହୋଇପାରୁନି । ଖୋଦ୍ ରାଜଧାନୀ ଭୁବନେଶ୍ବରର ଅନେକ ଅଞ୍ଚଳକୁ ଏଯାଏଁ ବିଦ୍ୟୁତ୍ ସଂଯୋଗ ହୋଇପାରିଲାନି । ପ୍ରତିବାଦରେ ଆଜି ତମାଣ୍ଡୋବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହିପରି ତୁରନ୍ତ ବିଜୁଳି ସଂଯୋଗ ଦାବି ଜଗତସିଂହପୁର ଡିହସାହି ବଜାର ନିକଟରେ ମଧ୍ୟ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।…  ପାଣି ବିଜୁଳି ପାଇଁ ରାସ୍ତାରୋକ।  ଏ ହେଉଛି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋର ଦୃଶ୍ୟ ଆଉ ଏ ହେଉଛି ଜଗ୍‌ତିଂସିହପୁରର ଦୃଶ୍ୟ।  ବାତ୍ୟା ଫୋନିକୁ ୯ ଦିନ ବିତିଲା ହେଲେ ଘୁଞ୍ଚିଲାନି ଲୋକଙ୍କ ଦୁର୍ଦ୍ଦଶା । ବିଜୁଳି ନଥିବାରୁ ପାଣି ଉଠାଇପାରୁନାହାଁନ୍ତି ଲୋକେ, ଯାହା ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଉଛି ।

ପାଣି ଓ ବିଜୁଳି ପାଇଁ ଡହଳ ବିକଳ ହେବା ପରେ ଆଜି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶହଶହ ପୁରୁଷ ଓ ମହିଳା ରାସ୍ତାରେ ବସି ରହିବା ସହ ଧାରଣା ଦେଇଥିଲେ।  ଏପରି କି ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଶେଷରେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।…

Related Post

ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ଗିରଫକୁ ପ୍ରତିବାଦ ସହ ଦୃଢ଼ ନିନ୍ଦା କଲା ଟିଟିଲାଗଡ଼ ସାମ୍ୱାଦିକ ସଂଘ

Posted by - July 4, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସ୍ଥାନୀୟ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଟିଟିଲାଗଡ଼ ସାମ୍ୱାଦିକ ସଙ୍ଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏକଛତ୍ରବାଦ ଶାସନ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଆୟୋଜନ

Posted by - July 21, 2021 0
(ସ୍ନେହାଂଶୁ ଶେଖର ମହାନ୍ତି) ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ପର୍ବ ଅତ୍ୟନ୍ତ…

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର

Posted by - February 28, 2023 0
ଭୁବନେଶ୍ୱର:କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। ପ୍ରସିଦ୍ଧ କ୍ରୀଡା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ…

କରୋନା ପୁଲିସ ବିଭାଗକୁ ଡେଇଁଲା,ଗଞ୍ଜାମରେ ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ

Posted by - May 27, 2020 218
ଭୁବନେଶ୍ବର :ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି…

ସମଗ୍ର ବିଶ୍ୱରେ ଆତଙ୍କ ସ୍ରୁଷ୍ଟି କରିଥିବା” ଓମିକ୍ରନ” ଭାରତ ପାଇଁ ଦେଲାଣି ସତର୍କ ଘଣ୍ଟି

Posted by - December 4, 2021 0
ଭୁବନେଶ୍ବର/କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ସମଗ୍ର ବିଶ୍ଵର ବିଭିନ୍ନ ଦେଶରେ ତାର ଆତଙ୍କ ସ୍ରୁଷ୍ଟି କରି ବ୍ୟାପକ ଧନ ଜୀବନ ହାନିର କାରଣ ହୋଇଥିବା ବେଳେ ବର୍ତ୍ତମାନ…

There are 363 comments

Leave a comment

Your email address will not be published.