କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ?

956 0

ଭୁବନେଶ୍ୱର : କ’ଣ ଏହି ଲ୍ୟାଣ୍ଡଫଲ୍ ? କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ? ବାତ୍ୟାକୁ ନେଇ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଲ୍ୟାଣ୍ଡଫଲ୍ ଉପରେ ଥାଏ ସମସ୍ତଙ୍କ ନଜର । ଏହାର ଅର୍ଥ ହେଉଛି ବାତ୍ୟା ଯେତେବେଳେ ସ୍ଥଳ ଭାଗକୁ ଛୁଇଁଥାଏ । ଅର୍ଥାତ୍ ଏହି ସମୟରେ ଘୂର୍ଣ୍ଣିଝଡ଼ ସହ ବାତ୍ୟାର କେନ୍ଦ୍ରସ୍ଥଳ ବା ବାତ୍ୟାର ଆଖି, ସମୁଦ୍ରରୁ ସ୍ଥଳ ଭାଗ ମଧ୍ୟ ଦେଇ ଗତିକରେ । ବାତ୍ୟାର ଆଇ ଏବଂ ଆଇ-ୱାଲ୍ ସ୍ଥଳ ଭାଗରେ ରହିଥାଏ । ଆଉ ଏହି ସମୟରେ ହିଁ ଏହାର ସବୁଠୁ ଭୟଙ୍କର ରୂପ ଦେଖିବାକୁ ମିଳିଥାଏ । ସ୍ଥଳଭାଗରେ ବାତ୍ୟା ମାଡ଼ ହେବା ପରେ ଅନୁଭୂତ ହୁଏ ପବନର ପ୍ରଳୟଙ୍କରୀ ଝଟକା ।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମେଘ ଖଣ୍ଡଗୁଡ଼ିକ ପ୍ରବଳ ବର୍ଷାରେ ପରିଣତ ହୁଏ । ଉପକୂଳର ଯେଉଁ ଅଂଚଳରେ ଲ୍ୟାଣ୍ଡଫଲ୍ ହୁଏ, ସେହିଠାରେ ପବନର ବେଗ ସର୍ବାଧିକ ହୋଇଥାଏ । ଲ୍ୟାଣ୍ଡଫଲ ସମୟରେ ପ୍ରବଳ ଜୁଆର ଉଠିଥାଏ ଏବଂ ସମୁଦ୍ର ଉପକୂଳ ଅଂଚଳକୁ ପାଣି ମାଡ଼ିଆସେ । ଲ୍ୟାଣ୍ଡଫଲ ପରେ କିଛି ଘଂଟା ଧରି ବାତ୍ୟା ତା’ର ପ୍ରକୋପ ଦେଖାଇଥାଏ । ତେବେ ଏହାପରେ ସ୍ଥଳ ଭାଗର ତାପମାତ୍ରା ଓ ଚାପର ପ୍ରଭାବରେ ଧିରେ ଧିରେ ଦୁର୍ବଳ ହୋଇଥାଏ ବାତ୍ୟା । ସାଇକ୍ଲୋନିକ ଷ୍ଟର୍ମ, ଡିପ୍ ଡିପ୍ରେସନରେ ପରିଣତ ହୋଇଥାଏ, ଏହା ପରେ ଡିପ୍ରେସନରେ ପରିଣତ ହୋଇ ଗତି କରିଥାଏ ବାତ୍ୟା ।

Related Post

ମହାନଦୀ ରୁ ମିଳିଲେ ତିନି ବିଗ୍ରହ

Posted by - July 27, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସତରେ କାଳିଆ ଠାକୁରର ଲୀଳାଖେଳା ସମସ୍ତଙ୍କୁ ଅଜଣା। ସେ କେଉଁ ରୂପରେ କାହାକୁ କେତେବେଳେ ଦର୍ଶନ ଦେବେ କହିବା ଅସମ୍ଭବ। ଏମିତି…

ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ ବ୍ୟବସ୍ଥା କଣ ?ଆମେ କେତେ ପ୍ରସ୍ତୁତ। ଜାଣନ୍ତୁ

Posted by - May 25, 2020 78
ଭୁବନେଶ୍ବର: କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ…

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଏବଂ ରାସନ ସାମଗ୍ରୀ ବଣ୍ଟନ

Posted by - January 19, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ବୁଧୁବାର ସକାଳୁ ହାଟପଦା ପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ନିଃଶୁଳ୍କ ମଧୁମେହ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା,…

ଓଡିଶା ସରକାରଙ୍କ ଅବହେଳା ର ଫାଇଦା ନେଉଛି ଆନ୍ଧ୍ରପ୍ରଦେଶ, ବଂଶଧାରା ପରେ ନାଗାବଳୀ ରେ ଜଳପ୍ରକଳ୍ପ ନିର୍ମାଣ ଯୋଜନା।

Posted by - November 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରାକୃତିକ ସବୁଜିମା ଭରା ଜଳ ଓ ଖଣିଜ ସମ୍ପଦ ରେ ସମୃଦ୍ଧ ଓଡ଼ିଶା ରାଜ୍ୟ ରେ ବିଭିନ୍ନ ଅର୍ଥକାରୀ ଉତ୍ସ ରହିଥିଲେ ହେଁ ରାଜନୈତିକ…

ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି,ମନ ମରିଯାଇଛି ହେଲେ ମମତା ବଞ୍ଚିଛି

Posted by - June 4, 2021 0
ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ…

Leave a comment

Your email address will not be published.