Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭବାନୀପାଟଣା ଦକ୍ଷିଣ କାଳୀ ମନ୍ଦିର ରେ ଚଣ୍ଡି ଯଜ୍ଞ ଅନୁଷ୍ଠିତ

388 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପବିତ୍ର ଦୀପାବଳି ଓ ଶ୍ୟାମାକାଳୀ ଜନ୍ମମହୋତ୍ସବ ଉପଲକ୍ଷେ ଭବାନୀପାଟଣା ସ୍ଥିତ ମାଁ ଦକ୍ଷିଣ କାଳୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଏକ ଦିବସିୟ ଚଣ୍ଡି ଯଜ୍ଞ ଅନୁଷ୍ଠିତ ହୋଇଛି। କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତିନିଦିନ ପରିବର୍ତ୍ତେ ଗୋଟିଏ ଦିନ ଯଜ୍ଞ ଆୟୋଜନ କରାଯିବା ସହ କଳସ ଶୋଭାଯାତ୍ରାକୁ ବାତିଲ କରାଯାଇଥିଲା। ଯଜ୍ଞରେ ନାରାୟଣ ମିଶ୍ର ଆଚାର୍ଯ୍ୟ, ନିରଞ୍ଜନ ଦାଶ ଚଣ୍ଡୀପାଠ, ବିଭୁତି ଭୂଷଣ ମହାପାତ୍ର ସିଦ୍ଧ ବିନାୟକ, ସତ୍ୟ ନାରାୟଣ ମହାପାତ୍ର ଶିଵ ସହସ୍ରନାମ ଓ ବିଭୁତି ଭୂଷଣ ରଥ ବିଷ୍ଣୁ ସହସ୍ରନାମ ଦାୟିତ୍ୱ ସମ୍ପାଦନ କରିଥିଲେ। କ୍ଷେତ୍ର ପ୍ରାସାଦ ଯୋଶୀ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞର କର୍ତ୍ତା ହୋଇଥିଲେ।

ମନ୍ଦିର ପୂଜାରୀ ସଂଗ୍ରାମ ଯୋଶୀ ଓ ପୂଜକ ବସନ୍ତ ପାଢ଼ୀ ପୀଠ ରେ ଦେବୀଙ୍କ ଜନ୍ମ ମହୋତ୍ସବର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଅଶୋକ ମହାପାତ୍ର, ସଞ୍ଜୟ ପୁରୋହିତ, ଦିଲ୍ଲୀପ ପଣ୍ଡା, ଭବାନୀ ଦାଶ ଯଜ୍ଞ ଆୟୋଜନ ରେ ସହଯୋଗ କରିଥିଲେ।

Related Post

ଜିଲ୍ଲାପାଳ ଙ୍କ ଐତିହାସିକ ଅସୁରଗଡ଼ ଏବଂ ନିର୍ମାଣାଧୀନ ବୁଦ୍ଧ ପାର୍କ ପରିଦର୍ଶନ

Posted by - May 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାପାଳ ମନମୁଣ୍ଡା ସ୍ଥିତ ଅଧପନ୍ତରିଆ ଭାବେ ନିର୍ମାଣ ହୋଇ ପଡି ରହିଥିବା ଐତିହାସିକ ଅସୁରଗଡ଼ ଇକୋ ଟୁରିଯିମ ପ୍ରକଳ୍ପ ଏବଂ ନୂତନ ଭାବେ…

ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଓ ସଚେତନତା କାର୍ଯ୍ୟକ୍ରମ

Posted by - April 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର କିଆରେଶ୍ୱର ଗ୍ରାମରେ ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେଵା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବିଭିନ୍ନ ସଂଗଠନ ତରଫରୁ ଅଇଁଠା ପାଲି ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ

Posted by - September 17, 2022 0
ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ବିଭିନ୍ନ ଦାବୀ ନେଇ ଆଜି ପଶ୍ଚିମାଞ୍ଚଲ ଏକତା ମଞ୍ଚ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମହାସଂଘ, ଜିଲ୍ଲା ଓକିଲ ସଙ୍ଘ ଓ ବିଭିନ୍ନ ସଂଗଠନ…

ସପ୍ତଦିବସୀୟ ଭାଗବତ କଥାମୃତ ଆଲୋଚନା ଉତ୍ସବ

Posted by - November 6, 2019 22
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଦଶାଶ୍ୱମେଧ ଘାଟ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଗୀତାଜାଗରଣ ପରିଷଦ ଆନୁକୁଲ୍ୟରେ ଚଳିତବର୍ଷ ସପ୍ତଦିବସୀୟ ଭାଗବତ କଥାମୃତ ଆଲୋଚନା ଉତ୍ସବ ସଭାପତି…

ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

Posted by - May 6, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଭିନ୍ନ ସମୟରେ ଯୁବକ ଯୁବତୀ ମାନେ ଅପରିପକ୍ଵ ନିଷ୍ପତ୍ତି ନେଇ ବହୁ ଅସୁବିଧା ଓ ପ୍ରତାରଣା ର ଶିକାର…