ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ,ବିରୋଧୀ ଶିବିର ରେ ଛନକା

212 0

କଳାହାଣ୍ଡି:( ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବିରୋଧ ଓ ବିକ୍ଷୋଭ ଜାରି ରହି ଥିଲେ ହେଁ କ୍ୟାପଟେନ୍ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ଜୁନାଗଡ଼ ଗସ୍ତ ସମୟରେ ଶତାଧିକ ମହିଳା ସ୍ଥାନୀୟ ନିର୍ମାଣାଧୀନ ବସଷ୍ଟାଣ୍ଡ ପାର୍ଶ୍ଵ ଜାତୀୟ ରାଜପଥ କଡରେ ମନ୍ତ୍ରୀଙ୍କୁ ପୁଷ୍ପମାଲ୍ଯ ଓ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ। ପରେ ମନ୍ତ୍ରୀ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ମହିଳା ଓ ଶିଶୁଙ୍କ ପାଇଁ ଏକ ଉଦ୍ୟାନ ର ଶିଳାନ୍ୟାସ କରି ସମର୍ଥକ ଙ୍କ ସହ ବ୍ଳକ୍ ଛକ ରେ କିଛି ସମୟ ରହିଥିଲେ।

ସେହିପରି ରବିବାର ଦିନ ମନ୍ତ୍ରୀ ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମ ରେ ଯୋଗ ଦେଇ ବୟୋଜ୍ୟେଷ୍ଠ ମାନଙ୍କୁ ଉପଢୌକନ ଓ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ଅର୍ପଣ କରି ସମ୍ମାନିତ କରିଥିଲେ। ଉଭୟ ସଭାରେ ମାଁ ମାନଙ୍କ ଶକ୍ତି, ଆଶିର୍ବାଦ ମୋ ଉପରେ ରହିଛି ଆପଣ ମାନେ ହିଁ ମୋର ଶକ୍ତି ପ୍ରଦାୟିନୀ ବୋଲି ବକ୍ତବ୍ଯ ରଖିବା ସହ, ବିଜୁ ଜନତା ଦଳ ର କ୍ରମବର୍ଦ୍ଧିଷ୍ଣୁ ପତିଆରା, ମୋର ବ୍ୟାପକ ଜନହିତକର କାର୍ଯ୍ୟକ୍ରମ ରେ ଆତଙ୍କିତ ହୋଇ ବିରୋଧୀ ଦଳ ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କ୍ୟାପଟେନ ପ୍ରକାଶ କରିଥିଲେ।

 

Related Post

ଜାତୀୟ ଚେସ ପ୍ରତିଯୋଗିତା ଓଡିଶାରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ

Posted by - June 18, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସମ୍ପ୍ରତି ରାଜ୍ୟ ଚେସ ସଂଘ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟା ଚେସ ପ୍ରତିଯୋଗିତା ଚାଲିଛି।୧୪ବର୍ଷରୁ କମ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ଶାନ୍ତି ସାହୁ…

ରତ୍ନପଥର ଖନନ ସମୟରେ ଦୁଇ ଶ୍ରମିକ ମୃତ ଘଟଣା ,ରତ୍ନପଥର ବ୍ୟବସାୟୀ ରାଜୁ ସାହୁକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

Posted by - May 20, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ଗୁଲୁମି ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଥିଲା ରତ୍ନ ପଥର ଖନନ, ଦୁର୍ଭାଗ୍ୟ ବଶତଃ ସେହି ଗାତ ଭିତରେ ଫସି ଦୁଇ…

କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଜିଲ୍ଲାବାସୀଙ୍କୁ ଧନ୍ୟବାଦ : ଯାଜପୁର ଜିଲ୍ଲାପାଳ

Posted by - July 23, 2020 431
ଯାଜପୁର ଅଫିସ:ତା ୨୩ା୭ : କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ…