ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

431 0

ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ରେ 2016 ମସିହାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ସେମାନଙ୍କର ପାରିତୋଷିକ ବୃ୍ଦ୍ଧି କରିବା ସହିତ ସେମାନଙ୍କୁ 2013 ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ସୂଚନା ପ୍ରକାରେ ଗତ କ୍ୟବିନେଟ ବୈଠକରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁ୍କ୍ତି ପ୍ରଥା ଉଚ୍ଛେଦ ସହ ଓଡ଼ିଶା ବର୍ଗ-ଗ ଚୁକ୍ତିନାମା-2013 ର ସଂଶୋଧନ ପାଇଁ ଘୋଷଣା କରିବା ପରେ ବିଭିନ୍ନ ସ୍ତରରେ କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବାର ରାସ୍ତା ଖୋଲିଛି I

କିନ୍ତୁ 2016 ମସିହାରେ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀ ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି I ତେଣୁ ଆଜି ବେଲଗୁଣ୍ଠା ବ୍ଳକ୍ କନିଷ୍ଠ ଶିକ୍ଷକ ସଂଘ ତରଫରୁ ସେମାନଙ୍କୁ ସଂଶୋଧିତ ଚୁକ୍ତିଭିତ୍ତିକ ନିୟମର ଅନ୍ତର୍ଭୁକ୍ତ କରିବା ସହିତ ସର୍ବନିମ୍ନ ମଜୁରୀ 16000 ଟଙ୍କା କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି I

ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଙ୍ଖନାଦ ସେନାପତି,ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ବେଲଗୁଣ୍ଠା କନିଷ୍ଠ ଶିକ୍ଷକ ସଂଘ ସଭାପତି ଦିଲ୍ଲୀପ୍ କୁମାର ସାହୁ,ଉପସଭାପତି ସଙ୍ଗୀତା କୁମାରୀ ପ୍ରଧାନ,ଶୁଭଶ୍ରୀ ବାରିକ,ସମ୍ପାଦିକା ଲିପିକା ପ୍ରଧାନ,ପଲ୍ଲବୀ ସାହୁ,ଯୁଗ୍ମ ସମ୍ପାଦିକା ବର୍ଷାରାଣୀ ଦାସ, ସାଗରୀକା ସୁବୁଦ୍ଧି ,ଜିଲ୍ଳା ସଂଯୋଜିକା ବୈଷ୍ଣବୀ ପରିଡା, ଦିପା କହଁର,ବାର୍ତ୍ତା ସଂଯୋଜିକା ରଶ୍ମୀଶ୍ରୀ ସ୍ୱାଇଁ , ମାଣିକ ବଳ,କରିସ୍ମା କହଁର,କୋଷାଧ୍ୟକ୍ଷା ସ୍ମିତା ନାୟକ,ପ୍ରତିମା ଭଞ୍ଜ,ଯୁଗ୍ମ କୋଷାଧ୍ୟକ୍ଷା ନିରୁପମା ମଲ୍ଲିକ, ଦିପା ପ୍ରଧାନ ପ୍ରମୁଖ ଉପସ୍ଥିତରହି ବିଇଓ ପ୍ରସନ୍ନ କୁମାର ବେହେରା ଏବଂ ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି I

Related Post

ତୃତୀୟ ପର୍ଯ୍ୟାୟ 5ଟି ସ୍କୁଲ ରୂପାନ୍ତରଣ ଉଦଘାଟନ ଅବସରରେ ଦୁଇଟି ସ୍କୁଲ ଲୋକାର୍ପିତ

Posted by - April 27, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମପଞ୍ଚାୟତର ଲିମପଡା ଓ କୁଶକେଲା ଗ୍ରାମର ଦୁଇଟି ଫାଇବ ଟି ସ୍କୁଲର ବୁଧୁବାର ଦିନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ହାଇସ୍କୁଲ ପଡ଼ା ହନୁମାନ ମନ୍ଦିର ସାମ୍ନାରେ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଯୁବକ ଗିରଫ, ପୋଲିସ କଲା କୋର୍ଟ ଚାଲାଣ

Posted by - October 28, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ହନୁମାନ ମନ୍ଦିର ସାମ୍ନାରେ ହୋଇଥିବା ସଡ଼କ ଦୁର୍ଘଟଣାର ଶୀକାର ହୋଇ ଆଇ ନାତି ଗୁରୁତର ଆହତ ହୋଇଥିଲେ, ଆଈ…

ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

Posted by - November 13, 2019 0
ମୟୁରଭଞ୍ଜ:11/11/2019 ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ପଞ୍ଚାୟତ ଖଟୁଆପଡା ଗ୍ରାମବାସୀଙ୍କ ବ୍ଲକ ସମ୍ମୁଖରେ ଧାରଣା ଓ ବିକ୍ଷୋଭ…

ପ୍ରଗତି ଶିକ୍ଷାନୁଷ୍ଠାନରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ

Posted by - September 28, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ସୁପରିଚିତ ଭବାନୀପାଟଣା ପ୍ରଗତି ଶିକ୍ଷାନୁଷ୍ଠାନରେ କୃତି ସିବିଏସଇ ଓ…

ବୌଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

Posted by - April 14, 2023 0
ବୌଦ୍ଧ;(ଚିତ୍ତରଞ୍ଜନ ସିଂହ)ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ .ବି. ଆର. ଆମ୍ବେଦକର ଙ୍କ ଜିଲ୍ଲା…