ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ହିଁ ସରକାରଙ୍କୁ ଭୋଟ୍ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ ସରକାର ବାଛିବାକୁ ଭୋଟ୍ ଦେଉନାହାନ୍ତି। ଯେଉଁମାନଙ୍କର ଛବିରେ ଓଡ଼ିଶା ସାରା ବିଶ୍ବରେ ପରିଚିତ ହେଉଛି ସେମାନେ ହିଁ ଭୋଟ୍ ଦେବାକୁ ଲୁଚୁଛନ୍ତି ବୋଲି ଲୋକ କହୁଛନ୍ତି। କାହିଁକି ରାଜଧାନୀରେ ଲୋକ ଭୋଟ୍ ଦେଉନାହାନ୍ତି, ଭୋଟର ତାଲିକାରେ ଯେତିକି ନାମ ଅଛି ପ୍ରକୃତରେ ସେତିକି ଲୋକ ଭୁବନେଶ୍ବରରେ ଅଛନ୍ତି ତ! କ’ଣ କଲେ ଲୋକ ଅଧିକ ଭୋଟ୍ ଦେବେ ସେନେଇ ବହୁ ଲୋକ ବିଭିନ୍ନ ମତ ଦେଉଛନ୍ତି। ହେଲେ ସମସ୍ତଙ୍କର ଗୋଟିଏ କଥା ଲୋକ ମତଦାନକୁ କେବଳ ଅଧିକାର ବୋଲି ନଭାବି କର୍ତ୍ତବ୍ୟ ବୋଲି ଭାବିବା ଦରକାର।
Facebook Notice for EU!
You need to login to view and post FB Comments!