ଏସ୍.ବି.ଆଇ ଅଧିକାରୀଙ୍କ ବିରୁଦ୍ଧରେ ଠକେଇ ଓ ଦୁର୍ନୀତି ଅଭିଯୋଗ

152 0

ଭୁବନେଶ୍ବର,ତା ୨୨.୧୦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କିଛି ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଠକେଇ ଓ ଦୁର୍ନୀତି ଅଭିଯୋଗ କରାଯାଇଛି। ଭୁବନେଶ୍ବର ରୋଟାରୀ କ୍ଲବ ଇକୋର ସଭାପତି ତଥା ଆରଡି କମର୍ସିଆଲ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରାମକୃଷ୍ଣ ଦାଶ ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀ ଦାଶ ଦାଖଲ କରିଥିବା ନଥିପତ୍ର ଓ ଫେରାଦକୁ ଆଧର କରି ସ୍ଥାନୀୟ ଖଣ୍ଡଗିରି ଥାନାରେ ଏକ ଏତଲା ରୁଜ୍ଜୁ କରାଯାଇଛି। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଗମ୍ଭୀର ଦଫା ଯଥା ୩୪,୧୨୦(ବି) , ୧୭୬, ୨୯୪,୩୮୩,୪୦୬, ୪୦୯, ୪୧୮, ୪୧୯, ୪୨୦, ୪୨୫, ୪୬୭, ୪୬୮, ୫୦୩ ଓ ୫୦୬ ଆଦିକୁ ଲଗାଯାଇ ଗତ ଅକ୍ଟୋବର ୪ ତାରିଖରେ ଥାନାରେ ୫୧୭/୨୦୨୧ ନମ୍ବରର ଏତଲା ପଞ୍ଜିକୃତ କରାଯାଇଛି।
ଏତଲାରେ ହୋଇଥିବା ଅଭିଯୋଗ ମୁତାବକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍.ବି.ଆଇ)ର କଟକ ସହର ସ୍ଥିତ ମଧୁପାଟଣା, ଗଣ୍ଡରପୁର ଓ ଅନ୍ୟାନ୍ୟ ଶାଖାର କିଛି ଅଧିକାରୀ ମୁଷ୍ଟିମେୟ ଜମି ମାଫିଆଙ୍କ ସହ ସାମିଲ ହୋଇ ବ୍ୟାଙ୍କ୍ ର ଦୀର୍ଘସ୍ଥାୟୀ ଉପଭୋକ୍ତା ରାମକୃଷ୍ଣ ଦାଶଙ୍କର ସମ୍ପତ୍ତି କୁ ହଡ଼ପ କରିବା ପାଇଁ ବସିଛନ୍ତି। ଋଣ ଆଣିବା ପାଇଁ ଶ୍ରୀ ଦାଶ ବ୍ୟାଙ୍କ୍ ଠାରେ ବନ୍ଧକ ରଖିଥିବା ତାଙ୍କର ମୂଲ୍ୟବାନ ସମ୍ପତିକୁ ଚକ୍ରାନ୍ତକାରୀ ମାନେ ଶାଗ ମାଛ ମୂଲ୍ୟରେ ବିକ୍ରି କରିବାର ଯୋଜନା ଭିଆଇଥିବା ଜାଣି ସେ ପିଟିସନ ନମ୍ବର ଏସ. ଏ. ୧୦୪/୨୧ ଜରିଆରେ ପ୍ରଥମେ ଡେବଟ ରିକଭରି ଟ୍ରିବୁନାଲ ଏବଂ ପରେ ରିଟ ପିଟିସନ ନମ୍ବର ୩୦୬୬୪/୨୧ ମାଧ୍ୟମରେ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।
ଘଟଣାରୁ ପ୍ରକାଶ ଯେ ଶ୍ରୀ ଦାଶ ଋଣ ପାଇଁ ୨୦୦୪ ମସିହା ରେ ରାଉରକେଲା ଏବଂ ଭୁବନେଶ୍ଵରର ବରମୁଣ୍ଡା ମୌଜା ଠାରେ ଥିବା ତାେଙ୍କର ଜମି ଓ ଅଟ୍ଟାଳିକା କୁ ଏସ. ବି. ଆଇ କୁ ବନ୍ଧକ ସୂତ୍ରରେ ପ୍ରଦାନ କରିଥିଲେ। ଜଣେ ଆଇନ ପାଳନକାରୀ ନାଗରିକ ଭାବରେ ସେ ନିଜର ଋଣ ପରିଶୋଧ କରି ଆସୁଥିବା ସାଙ୍ଗକୁ ବ୍ୟାଙ୍କ୍ ତରଫରୁ ୱାନ୍ ଟାଇମ୍ ସେଟେଲମେଣ୍ଟ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରି ପ୍ରଥମ କିସ୍ତି ଭାବରେ ୧୮ ଲକ୍ଷ ୨୫ ହଜାର ଟଙ୍କା ପୈଠ କରିସାରିଥିଲେ।

ଏହି ପରିପ୍ରେକ୍ଷୀରେ ହଠାତ୍ ଗତ ୨୫।୧୦।୨୦୨୧ ରେ ଏସବିଆଇ ର କିଛି ଉଚ୍ଚ ପଦସ୍ଥ ଅଧିକାରୀ ଗ୍ୟାରେଣ୍ଟର ଙ୍କ ନାମରେ ଥିବା ବରମୁଣ୍ଡା ସ୍ଥିତ ଜମି ଓ ଅଟ୍ଟାଳିକାକୁ ବିକ୍ରି କରିବା ପାଇଁ ନିଲାମ ଆହ୍ବାନ କରୁଥିବା ଜାଣି ଶ୍ରୀ ଦାଶ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଗ୍ୟାରେଣ୍ଟର ଙ୍କୁ ପୂର୍ବ ସୂଚନା ନ ଦେଇ ତାଙ୍କର ସମ୍ପତ୍ତି କୁ ନିଲାମ କରିବା ପରେ ଏହାକୁ ଜବରଦଖଲ କରିବା ପାଇଁ ଭୁଲ ଆଫିଡେଭିଟର ସାହାରା ନେଇ ସର୍ଫେଇସି ଆଇନ୍ ୨୦୦୨ ର ଧାରା ୧୪ କୁ ଅପବ୍ୟବହାର କରି ଜିଲ୍ଲାପାଳଙ୍କ ର ଅନୁମତି ପତ୍ର ହାସଲ କରିବା କଥିତ ବ୍ୟାଙ୍କ୍ ଅଧିକାରୀ ମାନଙ୍କର ଭୟଙ୍କର ଆର୍ଥିକ ଅପରାଧର ବଳିଷ୍ଠ ପ୍ରମାଣ ବହନ କରୁଛି। ଏଠାରେ ଉଲ୍ଲେ୍ଖ୍ୟଯୋଗ୍ୟ ଯେ ଶ୍ରୀ ଦାଶଙ୍କର କଥିତ ନିଲାମଭୁକ୍ତ ସମ୍ପତ୍ତି ଉପରେ ଆଗରୁ ଆସ୍କା ସଭିଲ ଜଜ୍ ଙ୍କ ଅଦାଲତ ରୁ ସି.ଆଇ.ଏସ୍ ନଂ ଆଇ.ଏ.୦୩/୨୦୨୦ ଅନୁଯାୟୀ ରହିତାଦେଶ ବଳବତ୍ତର ରହିଛି।
ବ୍ୟାଙ୍କ୍ କର୍ତ୍ତୃପକ୍ଷ ଙ୍କର ଏତାଦୃଶ ଅସ୍ପୃହଣୀୟ ଆଚରଣ କୁ ସାଧାରଣ ରେ ଘୋର ନାପସନ୍ଦ କରାଯାଉଛି। ବିଶେଷ କରି କରୋନା କାଳରେ ସମଗ୍ର ବିଶ୍ଵ ଓ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଏସ.ବି.ଆଇ ଭଳି ବିଶ୍ବାସନୀୟ ବ୍ୟାଙ୍କ ଶ୍ରୀ ଦାଶଙ୍କ ପରି ଜଣେ ଉଦୀୟମାନ ଶିଳ୍ପୋୁଦ୍ୟୋଗୀ ଏବଂ ନିରୀହ ଗ୍ରାହକଙ୍କ ପ୍ରତି ସମବେଦନା ଭାବନା ବ୍ୟକ୍ତ କରିବା ପରିବର୍ତ୍ତେ ଏଭଳି କଠୋର ଅମାନବିକ ଆଚରଣ ଗ୍ରହଣ କରିବା ତୀବ୍ର ନିନ୍ଦନୀୟ ବୋଲି ନ୍ୟାସନାଲ ବ୍ୟାଙ୍କ୍ ୱାଚ୍ ର ଓଡ଼ିଶା ଶାଖା ସଭାପତି କୃଷ୍ଣ ଚନ୍ଦ୍ର ଆଇଚ ମତପ୍ରକାଶ କରିଛନ୍ତି।
ବର୍ତ୍ତମାନ ଏହି ମାମଲା ଉପରେ ଖଣ୍ଡଗିରି ଥାନାର ଅଧିକାରୀ ଏମ୍.ଡି. ଜାମସେଦ ଅନୁସନ୍ଧାନ ଜାରୀ ରଖିଥିବା ଜଣାଯାଇଛି। ଅଭିଯୋଗକାରୀ ଙ୍କ ତରଫରୁ ବରିଷ୍ଠ ଆଇନଜୀବି ଦେବୀ ପ୍ରସାଦ ତ୍ରିପାଠୀ ଉଚ୍ଚ ନ୍ୟାୟାଳୟ ରେ ମକଦ୍ଦମା ପରିଚାଳନା କରୁଛନ୍ତି।

Related Post

କେନ୍ଦୁଝର କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ, ବଡ଼ବିଲ ପ୍ରେସ କ୍ଲବର ନିନ୍ଦା

Posted by - April 22, 2020 0
ବଡ଼ବିଲ:(ସୀତାରାମ ଦିକ୍ଷୀତ) ସମ୍ବାଦ ଦୈନିକ ଖବର କାଗଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ ତାଙ୍କ ରୋଗାଗ୍ରସ୍ଥ ପୁଅକୁ ପ୍ରଶାସନର ଅନୁମତି ଥିବା କାର ଯୋଗେ ଡାକ୍ତରଖାନା…

ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ନ ଦେଲେ ୧୩ ତାରିଖରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

Posted by - October 10, 2020 0
ଯାଜପୁର: ବିଂଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ନ ଦେଲେ ଆସନ୍ତା ୧୩ ତାରିଖରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି ବିଂଝାରପୁର ଭାଗବତ ସେବାଶ୍ରମଠାରେ ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ଦେଇ ଅକ୍ଷୟ କୁମାର ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତଙ୍କ ଆତ୍ମହତ୍ୟା ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି ।  ରମାକାନ୍ତଙ୍କ ଆତ୍ମହତ୍ୟାକୁ ମାସେ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିନାହିଁ କି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହିଁ । ମୃତ ଚାଷୀ ରମାକାନ୍ତଙ୍କ ପରିବାରକୁ କ୍ଷତିପୂରଣ ନ ଦେଲେ ଅକ୍ଷୟ କୁମାର ଓ ରମାକାନ୍ତଙ୍କ ପରିବାର ଆସନ୍ତା ୧୩ ତାରିଖରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…

ଉତକେଲା ଡ଼ାକ୍ତରାଣୀ ଙ୍କୁ ସୁନା ଲୁଟ ଘଟଣା ରେ ଜଣେ ଗିରଫ,ଲୁଟ ନୁହେଁ ଧର୍ଷଣ ଟାର୍ଗେଟ ଥିଲା

Posted by - March 2, 2021 0
କେସିଙ୍ଗା:(ମହମ୍ମଦ ଆଗାଜାନ)ଜାନ କେସିଙ୍ଗା ଥାନା ଡ଼ାକ୍ତରାଣୀ ଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଲୁଟ ଘଟଣା ରେ ପୋଲିସ  ଉତକେଲା ର ହଁ ବୈକୁଣ୍ଠ ଦୋରା ଙ୍କୁ…

ଫେମ ଇଣ୍ଡିଆର ଦେଶର ୫୦ ବିଧାୟକ ତାଲିକା ରେ ପ୍ରଣବ ପ୍ରକାଶ ଦାସ(ବବି ଦାସ)

Posted by - August 16, 2020 0
ଭୁବନେଶ୍ବର :ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ସମଗ୍ର ଦେଶରେ ବିଧାୟକଙ୍କ ବିଷୟରେ ଏକ ସର୍ଭେ କରିଛି ଏବଂ ସର୍ବୋତ୍ତମ ୫୦ ଜଣ ବିଧାୟକ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।…