ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ 62 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ଲାଇନ ପଡିଆ ରେ ଅନୁଷ୍ଠିତ ସହିଦ ଦିବସ ସମାରୋହ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଯୋଗ ଦେଇ ଏହି ଦିବସ ପାଳନ ର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସହିଦ ପୋଲିସ ମାନଙ୍କ କର୍ତ୍ତବ୍ୟପରାୟଣତା ମନୋବୃତି ରୁ ଶିକ୍ଷାଲାଭ କରିବାକୁ କହିଥିଲେ ।
ଜିଲ୍ଲା ର ବରିଷ୍ଠ ପୋଲିସ ଅଧିକାରୀ ମାନେ ପରିସର ରେ ଥିବା ସହିଦ ମାନଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।