ଯାଜପୁର ବ୍ଲକ ମଳିକାପୁର ମୁଖ୍ୟରାସ୍ତା ପାର୍ଶ୍ୱରେ ବିଭିନ୍ନ ବିଦ୍ୟାଳୟ ର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅଶ୍ୱନୀ କୁମାର ଦାସଙ୍କ ନେତୃତ୍ୱରେ ମଲିକାପୁର ଠାରୁ ବୁଢା ବନ୍ଧ ପର୍ୟ୍ୟନ୍ତ ରାସ୍ତା ପାର୍ଶ୍ୱରେ ପାଖା ପାଖି ୧୦୦ ରୁ ଉର୍ଦ୍ଧ ଲିମ୍ବ, ବଉଳ, ଆକାସି ,କୃଷ୍ଣ ଚୁଡା ଆଦି ବୃକ୍ଷ ଲଗାଇଥିଲେ ।
ଏହି କାର୍ୟ୍ୟକ୍ରମରେ ଯାଜପୁର ସହରର ୧୯୯୬ବ୍ୟାଚର ବିଭିନ୍ନ ସ୍କୁଲର ଛାତ୍ର ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବୃକ୍ଷରୋପଣ ପରେ ଏକ୍ସ – ମେଟସ ୯୬ ପକ୍ଷରୁ ଗୋଖନାସ୍ଥିତ ଦୃଷ୍ଟିହୀନ ଆଶ୍ରମ ଯାଇ ଭିନ୍ନକ୍ଷମ ଛାତ୍ରମାନଙ୍କୁ ସାଉଣ୍ଡ ସିଷ୍ଟମ ସମେତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।