ବୌଦ୍ଧ :(ଚିତ୍ତରଂଜନସିଂ)ବୋୖଦ୍ଧଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜି ଶାରଦୀୟ ଦୁର୍ଗାଅପୂଜା ଉପଲକ୍ଷେ ନବୀନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଡଘ!ଟିତ ହୋଇଛି। ଏହି ଉଦଘାଟନୀ ମ୍ୟାଚରେ ଖେଳକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ପଞ୍ଚାୟତ ହାଇସ୍କୁଲ ସଂଗ୍ରାମପୁର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେର ଓ ସମାଜ ସେବୀ ଗୟାଧର ମହାକୁଡ଼,ଓ ପ୍ରଦୀପ ବେହେରା। ଏହାପରେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଥିଲା ଯମଟାଙ୍ଗୀ ଓ ଓଲଣିଆ ମଧ୍ୟରେ ।
ଏହି ପ୍ରଥମ ମ୍ୟାଚରେ ଓଲଣିଆ ଦଳ ପେଣ୍ଡାଲଟିକ ଜରିଆରେ ଯମଟାଙ୍ଗୀ ଦଳ 2-0ଗୋଲ ରେ ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ ସେହିଭଳି ବଲାସିଙ୍ଗା ଓ ସାହୁପଡା ମଧ୍ୟରେ ହୋଇଥିଲା । ବଲାସିଙ୍ଗା ଦଳ ପେଣ୍ଡାଲଟିକ ଜରିଆରେ 5-4 ଗୋଳରେ ବିଜୟଲାଭ କରିଛି। ଏହି ଖେଳକୁ ପରିଚାଳନା କରିଥିଲେ ରେଫରି ସୁଜିତ ରାଜହଂଶ, ଲାଇନ ରେ ସହଜଗ କରିଥିଲେ ସତ୍ୟଜିତ ବେହେରା, ଶୁଭେନ୍ଦୁ ନାଏକ, ଚତୁର୍ଥ ଭାବରେ ଦୁର୍ଶିଳା ପ୍ରଧାନ ରେଫରି ଭାବରେ ଥିଲେ। ଧରାବିବରଣୀ କରିଥିଲେ ଚମତ ମୟ ଭକ୍ତ।। ଖେଳରେ ସହଯୋଗ କରିଥିଲେ ନବୀନ ସ୍ମାରକୀ ଦଳ।