୧୩/୪ ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କେଉଁ ଆବାହମାନ କାଳରୁ ରତ୍ନଗିରିର ମହାକଳଠାରେ ଆରମ୍ଭ ହୁଏ ଓଡିଆ ବର୍ଷର ପ୍ରଥମଦିନ ପଣା ସଂକ୍ରାନ୍ତିରେ ଚାଙ୍ଗଡା ଯାତ୍ରା । ଏହି ଐତିହାସିକ ପୀଠରେ ପ୍ରତି ବର୍ଷ ଭଳି ଘଣ୍ଟୁଆ ଓ ପାଟୁଆମାନେ ବାରଙ୍ଗା ଚବିଶ ମୈାଜାକକୁ ଠାକୁରଙ୍କ ଆଜ୍ଞାମାଳ ଧରି ଯାଇଥାନ୍ତି । ପୂର୍ବ ବିଶ୍ୱାସ ଅନୁଯାଇ ଭୋଗ ଚିଙ୍ଗୁଡି ଓ ଆମ୍ବ ସେବନ କଲେ ନିସନ୍ତାନମାନେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ପାହାଡ ଉପରେ ରହିଥିବା ମହାକାଳ ମନ୍ଦିରଟି ପ୍ରଶ୍ଚିମା ମୂଖି ହୋଇ ପୂଜା ପାଇଆସୁଅଛନ୍ତି । ପୂରାଣ ମତ ହିସାବରେ ମା ଦୂର୍ଗା ମହିଷାସୁରକୁ ଏହିଠାରେ ବଧ କରିଥିଲେବୋଲି ଜନ ମତ ରହିଛି । ପରବତ୍ତିଅବସ୍ଥାରେ ବୈାଦ୍ଧ ଧର୍ମର ଲୋକମାନେ ମଧ୍ୟ ଏଠାରେ ତନ୍ର ସଧାନ କରୁଥିଲେବୋଲି ଇତିହାସରେ ଉଲ୍ଲେଖ ରହିଛି । ପ୍ରତିଦିନ ସୂର୍ଯ୍ୟ ଅସ୍ତଗାମି ହେବା ସମୟରେ ମହାକାଳ ମନ୍ଦିରେ ସୂର୍ଯ୍ୟ କରିଣ ପଡିଥାଏ । ଯାହାକି ପିତା ମହାକାଳ ଓ ପୁତ୍ର ସୂର୍ଯ୍ୟଙ୍କ ପ୍ରତିଦିନ ମିଳନ ବୋଲି ପ୍ରବାଦ ରହିଛି । ଚାଙ୍ଗଡା ଯାତ୍ରାର ପ୍ରଥମ ଦିନକୁ ପାଣି ତୋଳା ବୋଲି କୁହାଯାଏ । ୨ୟ ଦିନଠାରୁ ପାଟୁଆ ଓ ଘଣ୍ଟୁଆମାନେ ନଦୀ ପାର ନହୋଇ ଫେରିଆସିଥାନ୍ତି ।
ସେହି ଦିନ ମହାକାଳଙ୍କ ନିକଟରେ ଖେଚୁଡି ଭୋଗ କରାଯାଇ ପରଦିନ ପାରମ୍ପାରିକ ପୀଠା ଭୋଗ କରାଯାଇଥାଏ । ୬ଷ୍ଠ ଦିନରେ ଦଳେଇ ସମ୍ପ୍ରଦାୟର ଜଣେ ନିଦ୍ଦିଷ୍ଟ ବ୍ୟକ୍ତିଙ୍କୁ କାଳିସି ଲାଗିଥାଏ । କାଳିସି ଲାଗିଥିବା ବ୍ୟକ୍ତି ଜଣଙ୍କ ମନ୍ଦିରର ବଡ ପଣ୍ଡାଙ୍କ ଠାରୁ ଧଣ୍ଡା ଓ ଆଜ୍ଞାମାଳ ଧରି ଗାଁ ପରିଭ୍ରମଣ କରିଥାନ୍ତି । କାଳିସି ଲାଗିଥିବା ବ୍ୟକ୍ତିଙ୍କ ଠାରୁ ଧଣ୍ଡା ଓ ଆଜ୍ଞାମାଳ ପ୍ରାପ୍ତି ହେଲେ ମନସ୍କାମନା ପୂର୍ଣ୍ଣହେବାର ବିଶ୍ୱାସ ଥିବାରୁ ଏହାକୁ ପାଇବା କ୍ଷେତ୍ର ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଉଥିବାର ଦେଖିବାକୁ ମିଳେ । ି କାର୍ଯ୍ୟକ୍ରମର ସପ୍ତମ ଦିନ ପଣା ସଂକ୍ରାନ୍ତି ହେଉଛି ମହାକାଳଙ୍କ ଜନ୍ମ ଦିବସ ଯାହାକି ଚାଙ୍ଗଡା ଯାତ୍ରା ନାମରେ ପରିଚିତ । ଚାଙ୍ଗଡା ଯାତ୍ର ଦିନ ମାଳିମାନେ ୧୦ ଟି ଗୁଆ ,ଚାଉଳ,ସୁନା,ତମ୍ବା ଓ କଉଡି ନେଇ ମହାକାଳଙ୍କ ପ୍ରତିକ ତିଆରି କରିଥାନ୍ତି । ଯାହାକୁ ଚାଙ୍ଗଡା ବୋଲି ଆକ୍ଷା ଦିଆଯାଇଥାଏ । ଜ୍ୟୋତିଷ ,ପଣ୍ଡିତ,ମାଳି ଓ ବାରିକ ମାନଙ୍କ ଗ୍ରହଣରେ ବେଦପାଠ ଓ ପୂଜାଚର୍ଚ୍ଚା କରାଯିବା ପରେ ବଡପଣ୍ଡା ଚାଙ୍ଗୁଡାକୁ ଧରି ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି ।
ଉକ୍ତ ଚାଙ୍ଗୁଡା ପୂଜାଚର୍ଚ୍ଚାନା ପରେ ବଡପଣଣ୍ଡା ଏହାକୁ ମୁଣ୍ଡରେ ଧରି ସ୍ଥାନିୟ କେଲୁଅ ନଦୀକୁ ଯାଇଥାନ୍ତି । ଉକ୍ତ ପସରାରେ ଥିବା ଆମ୍ବ ସେବନ କଲେ ନିଃସନ୍ତାନ ମାନଙ୍କର ସନ୍ତାନ ପ୍ରାପ୍ତି ହୁଏ ବୋଲି ଅଂଚଳ ବାସୀଙ୍କ ବିଶ୍ୱାସ ରହିଛି । ନିଃସନ୍ତାନ ଥିବା ସ୍ୱାମୀ ସ୍ରୀ ଦିନସାରା ଓପାସ ରହି ମହାକାଳ ଦର୍ଶନ କରି ବିଶ୍ୱାସ ମୁତାବକ ମୂଖ୍ୟ ପୂଜା ପଣ୍ଡାଙ୍କ ଠାରୁ ଏହି ଆମ୍ବ ସେବନ କରିଥାନ୍ତି । ଏହି ଆମ୍ବ ସେବନ କଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ଥିବାରୁ ନିଃସନ୍ତାନ ଥିବା ଦମ୍ପତିଙ୍କ ମଧ୍ୟରେ ଆମ୍ବ ପାଇବା ପାଇଁ ପ୍ରତିଯୋଗିତା ହୋଇଥାଏ । ଏହି ଚାଙ୍ଗଡା ଯାତ୍ରା ଓ କୈାତୁହଳ ଘଟଣା ଦେଖିବା ପାଇଁ ଯାଜପୁର,କେନ୍ଦ୍ରାପଡା ଜିଲ୍ଲାର ବହୁ ସଂଖ୍ୟକ ଦର୍ଶକ ପ୍ରତି ବର୍ଷ ଏ ଅଂଚଳକୁ ଆସିଥାନ୍ତି । ପୂରାଣ ଓ ଇତିହାସ ଉପରେ ଭରଷା ବିଶ୍ୱାସ ରଖିଥିବା ବହୁ ବୟଷ୍କ ବ୍ୟକ୍ତି ମଧ୍ୟ ଉକ୍ତ ଦିନ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ମାତ୍ର ଏହି ପାହଡର ପ୍ରାଚେରୀ ଅର୍ଦ୍ଧ ନିମିତ ଅବସ୍ଥାରେ ଥିବା ଓ ଏହି ଅଂଚଳରେ ଅସାମାଜିକ କାର୍ଯ୍ୟ କଳାପ ବାରମ୍ବାର ବୃଦ୍ଧି ପାଇବା ପରେ ଏହାକୁ ପ୍ରଶାସନ ତରଫରୁ କି ଭଳି ଭାବରେ ପଦକ୍ଷେପ ନେବ ତାହା ମୁଣ୍ଡ ବିନ୍ଧାର କାରଣ ହୋଇଛି ।