ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଅଗ୍ରଣୀ ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ରାସନପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା କୋଭିଡ ଟୀକାକରଣ ଶିବିର l ସକାଳ ୯ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯନ୍ତ ଟୀକାକରଣ ଶିବିର ଚାଲିଥିଲା lଉଦ୍ଘାଟନ ଉତ୍ସବରେ ସମାଜସେବୀ ଅମର ତାଣ୍ଡିଆ, ଚାଷୀ ନେତା ତଥା ସାମାଜିକ କର୍ମୀ ହରିଶଂକର ପୁରୋହିତ, ରାସନପୁର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରୀୟମ୍ବଦା ବାଘ, ସ୍କୁଲ କମିଟୀର ସଭାପତି ଶ୍ରୀକାନ୍ତ ବଡପଣ୍ଡା ଉପସ୍ଥିତ ରହିଥିଲେ l
ପଶ୍ଚିମାଞ୍ଚଲ ଏକତା ମଞ୍ଚ କରୋନା ସମୟରେ ଖାଦ୍ୟ ବଣ୍ଟନ ଏବଂ କୋଭିଡ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ସରକାରଅଧିକରୁ ଅଧିକ କରୋନା ଟୀକାକରଣ ପାଇଁ ଉଦ୍ଯମ କରୁଥିବା ବେଲେ ପଶ୍ଚିମାଞ୍ଚଲ ଏକତା ମଂଚ ସମ୍ବଲପୁର ଜିଲ୍ଲାରେ ପ୍ରଥମଥର କରି କରୋନା ଟୀକାକରଣ ଶିବିର ଆୟୋଜନ ରେ ପ୍ରଶାସନ କୁ ସହଯୋଗ କରିଥିଲା l ଏହି ଶିବିରରେ ସର୍ବମୋଟ ୨୩୧ ଜଣ ୧ ମ ଏବଂ ୨ ୟ ଡୋଜ କୋଭିଡ ଟୀକା ନେଇଥିଲେ l ଏହା ସହ ପଶ୍ଚିମାଞ୍ଚଲ ଏକତା ମଂଚ ପକ୍ଷରୁ ରାସନପୁର ରେ ମାସ୍କ ବଂଟନ କରାଯିବା ସହ ଟୀକାକରଣ ରେ ସାମିଲ ହେବା ପାଇଁ ସଚେତନତା କରାଯାଇ ଥିଲା।
ମେଡିକାଲ ପ୍ରଶାସନ ପକ୍ଷରୁ ଡିଓ ହିମାଂଶୁ ଶେଖର ସାହୁ ଏବଂ ନର୍ସ ଲୁହା, ଆଶା କର୍ମୀ ଉମା ବେହେରା, ଆଂଗନୱାଡି ବିଷ୍ଣୁପ୍ରୀୟା ପାଢୀ ପ୍ରମୁଖ ସାମିଲ ହୋଇଥିଲେ। ପଶ୍ଚିମାଞ୍ଚଲ ଏକତା ମଂଚ ପକ୍ଷରୁ ସମ୍ବଲପୁର ଶାଖା ସଂଯୋଜକ ରାହୁଲ ଗୁପ୍ତା, କାର୍ଯ୍ୟକ୍ରମ ସଂଯୋଜକ ରାଜେଶ ସ୍ବାଇଁ, ମହିଲା ସଂଯୋଜିକା କାନ୍ତି ମେହେର, ଭାଷା ସାହିତ୍ୟ ସଂଯୋଜିକା ପଂକଜିନି ମେହେର, ଯୁବ ସଂଯୋଜକ ଦେବାଶିଷ ବେହେରା, ଆବାହକ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ରାସନପୁର ରେ ଆହୁରି ଅନେକ ଲୋକ ଟୀକା ନେଇ ପାରି ନଥିବାରୁ ଆସନ୍ତା କାଲି ମଧ୍ଯ କରୋନା ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିବ।