ଦୁର୍ଦଶା ଭୋଗୁଛନ୍ତି ଅସହାୟ ବିଧବା ସୁମିତ୍ରା !!

244 0

ବରଗଡ :ବରଗଡ ଜ଼ିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଜେପୁର ବ୍ଲକ ଗଣ୍ଡପାଲି ପଞ୍ଚାୟତ ଧୁମାପାଲି ଗ୍ରାମର ସୁମିତ୍ରା ରାୟଙ୍କ ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଦୀର୍ଘ ଏକ ବର୍ଷ ହେଲା ବାରମ୍ବାର ଭତ୍ତା ଓ ଘର ଖଣ୍ଡେ ପାଇଁ କାକୁତି ମିନତି ହେଲେ ମଧ୍ୟ କିଛି ଫଳପ୍ରଦ ମିଳୀନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଙ୍କର ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି । ସେ କାମ କରିବାକୁ ଗଲେ ଖାଇବାକୁ ମିଳିଥାଏ ‌। ଏମିତି ସେ ବିଧବା ମା ନିଜର ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ତେଣୁ ଘର ଖଣ୍ଡେ ତିଆରି କରିବା ପାଇଁ ସକ୍ଷମ ନୁହନ୍ତି । ସେପଟେ ସୁମିତ୍ରା ରାୟଙ୍କ ମାଟି ଘର ।:

ଯେଉଁ ଘରେ ବର୍ଷା ବର୍ଷିଲେ ରହିବାର ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କ ଦୁଷ୍ଟି ପଡୁନଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ମାଟି ଘରେ ରହିବା ପାଇଁ ଉପଯୁକ୍ତ ନୁହେଁ । କୋଡିଏ ବାଇଶଦିନ ହେବ ତାଙ୍କ ଦେଢଶ୍ୱଶୁର ଦିବ୍ୟଙ୍ଗ ପଦ୍ୟୁନ ମଧ୍ୟ ଆରପାରିକୁ ଚାଲିଗଲେ । ତାଙ୍କ ଶବ ସତ୍କାର ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ସହାୟକ ମଧ୍ୟ ମିଳି ନଥିବା ଅଭିଯୋଗ ହେଉଛି । ଏହି ପରିବାର ପ୍ରତି ନ୍ୟାୟ ସଙ୍ଗତ ଲୋକେ ପଦକ୍ଷେପ ନେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Related Post

ଆଜବେଷ୍ଟ ବୋଝଇ ଟ୍ରକ ଭାରସାମ୍ୟ ହରାଇ କାର ଉପରେ ପଡିଲା,ଅଳ୍ପକେ ବର୍ତିଲେ ଯାତ୍ରୀ ଓ ଟ୍ରକ ଡ୍ରାଇଭର

Posted by - May 23, 2023 0
ହରଭଙ୍ଗା: ୨୨ /୦୫ (ଚିତ୍ତରଞ୍ଜନ ସିଂହ) ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ ମାଧପୁର ଢ଼ାବା ନିକଟରେ…

ମିନିଟ୍ରକ ସହ ୩ଶହ ୫୦ ବସ୍ତା ସାର ଜବତ

Posted by - July 19, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ଗ୍ରାମର ଜନୈକ ସାର ବ୍ୟବସାୟୀଙ୍କ ଗୋଦାମରୁ ନବରଙ୍ଗପୁର ଜିଲ୍ଲାକୁ ୟୁରିଆ…

ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିମ୍ନ ମାନର କlମକୁ ଗ୍ରାମବାସି ଙ୍କ ତୀବ୍ର ବିରୋଧ.

Posted by - July 2, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଯାଜପୁର ଜିଲ୍ଲାରେ ସରକାରୀ ଅର୍ଥକୁ ହରିଲୁଟ କରିବାରେ ସର୍ବୋଚ୍ଚ ଉପରେ ବରୀ। ବିନା ସୂଚନା ଫଳକ ରେ ସରିବାକୁ ବସିଲାଣି କଲଭେଟ କାମ।…

ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

Posted by - July 28, 2020 249
ଯାଜପୁର ଅଫିସ: କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ…

ଗ୍ରୀଷ୍ମ ପ୍ରବାହ ମୁକାବିଲା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

Posted by - March 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ…