ସୋନପୁର::(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମା ବସ୍ତି ବାସିନ୍ଦା ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 6 ଦଫା ଦାବୀ ନେଇ ଧାରଣା ରେ ବସିଛନ୍ତି l ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି I ସ୍ଵାଧୀନତା ର 75 ବର୍ଷ ପରେ ମଧ୍ୟ ଆଜି ଜିଲ୍ଲାର ଚାଷୀକୂଳ ମରୁଡ଼ି ଆକ୍ରାନ୍ତ ରେ ଛଟପଟ ହେଉଛି l
ତେଣୁ ଜିଲ୍ଳା ପାଇଁ ମରୁଡିର ସ୍ଥାୟୀ ପ୍ରତିକାର, ଜିଲ୍ଳା ଦେଇ ବହିଯାଉଥିବା ମହାନଦୀ, ତେଲନଦୀ, ଶୁକତେଲ, ଅଙ୍ଗ ନଦୀ, ନିବୃତ୍ତି ଯୋର, ଶୁରୁବାଲି ଯୋର ଉପରେ ବ୍ୟାରେଜ ନିର୍ମାଣ ସହିତ ହରିହର ଯୋର ବାମ ପାର୍ଶ୍ବ କେନାଲ ନିର୍ମାଣ l ଏହା ସହିତ ଜିଲ୍ଳା କୁ ମରୁଡ଼ି ଘୋଷଣା କରିବା ସହିତ ଏକର ପ୍ରତି 20 ହଜାର ଟଙ୍କା ସହାୟତା ପ୍ରଦାନ, ଆଗାମୀ ଫସଲ ପାଇଁ ଚାଷିମାନଙ୍କୁ ସାର, ବିହନ, କିଟ ନାଶକ ଔଷଧ ମାଗଣାରେ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି l ଏପରିକି ରନ୍ଧନ ଗ୍ଯାସ ଓ ପେଟ୍ରୋଲ ଦର ବୃଦ୍ଧି ବନ୍ଦ କରିବା ପାଇଁ ଦାବୀପତ୍ର ରେ ଜଣାଇଛନ୍ତି l