ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଜାତୀୟ ପୋଷଣ ସପ୍ତାହ କୁ ଆଖି ଆଗରେ ରଖି ଆର, ସି, ଡ଼ି, ସି, ଏନଜିଓ ନବରଙ୍ଗପୁର ତରଫରୁ ଆଜି କୋଷାଗୁମୁଡ଼ା ବ୍ଲକ ପରିସରରେ ଏକ “ଖାଦ୍ୟ ମେଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଖାଦ୍ୟ ମେଳା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ ରେ ଅନୁଷ୍ଠିତ ହେବ ବୋଲି ଆର, ସି, ଡ଼ି, ସି, କର୍ମକର୍ତ୍ତା କହିଛନ୍ତି । ଏହି ଖାଦ୍ୟ ମେଳା କାର୍ଯ୍ୟକ୍ରମ ରେ ମାଣ୍ଡିଆ ଶସ୍ୟରେ କେବଳ ଗରୁତ୍ବ ଦେଇ ମାଣ୍ଡିଆ ରେ ପ୍ରସ୍ତୁତ ସୂପ୍, ନାଡୀ, ଲୋଡୁ,ମିକ୍ସର,ଚୁନା ଲୋଡୁ, ଖିରି,ପମ୍ପଡ଼ ଇତ୍ୟାଦି ୧୦ ପ୍ରକାର ର ଖାଦ୍ୟ ପ୍ରସ୍ତୁତ କରିବାକୁ କୋଷାଗୁମୁଡ଼ା ବ୍ଲକ ୯ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡି ଙ୍କୁ ପ୍ରସ୍ତୁତି ପ୍ରଣାଳୀ ର ଶିକ୍ଷା ଓ ପ୍ରତି ପୋଷଣ ଉପରେ କିଭଳି ନିୟନ୍ତ୍ରଣ ସହ ଶିଶୁ ଠାରୁ ବଡ ଙ୍କ ସ୍ୱାସ୍ତ୍ୟ ର ଉନ୍ନତି ହେବା ସହ କିପରି ନିଜେ ମଧ୍ୟ ସ୍ୱାବଲମ୍ବୀ ହେବା ବିଷୟରେ ତାଲିମ ସହ ସରକାର ଙ୍କର ତରଫରୁ ସାହାଯ୍ୟ ପାଇବା ବିଷୟ ରେ ବୁଝେଇ ଥିଲେ ।
ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଆର, ସି, ଡ଼ି, ସି, ଏନଜିଓ ର ସ୍ୱଜନ୍ୟ ରେ କୋଷାଗୁମୁଡ଼ା ଚେରମ୍ୟାନ ଶ୍ରୀମତି ଗୀତାମଣି ସମରଥ ଙ୍କ କୋରକୋମଲ ରେ ଉନ୍ମୋଚନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସି, ଡ଼ି,ପି,ଓ,କୋଷାଗୁମୁଡ଼ା ,ମନୋଜ କୁମାର ମଙ୍ଗୋଲି(ଡ଼ି,ପି,ଓ), ଟଙ୍କଧର ସାହୁ(ସି,ଡ଼ି, ଏ,ଓ,),ହିମାଂଶୁ ତୁରୁକ(DA),ସ୍ବର୍ଣ୍ଣାଲତା ବିଶ୍ୱାଳ(ଡ଼ି, ଏସ,ଡବ୍ଲୁ, ଓ) ସହ ଆର, ସି,ଡ଼ି, ସି,ଦୁଶମନ୍ତ ଓଜା, କେଶବ ଚନ୍ଦ୍ର ଦାଶ, କୈଳାଶ ମହାପାତ୍ର, ସୁନୀଲ ଚୌଧୁରୀ, ସେହ୍ନାଅଞ୍ଜଳି ସ୍ୱାଇଁ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ତାନୀୟ ଲୋକଙ୍କୁ ଏହି ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ କୁ ପରସି ଥିଲେ, ଆର, ସି, ଡ଼ି, ସି କର୍ମକର୍ତ୍ତା ଓ ସମସ୍ତ ଙ୍କ ନାମ ଓ କାମ ସହ କିଭଳି ଲାଗୁଛି ବୋଲି ପଚାରି ଏକ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟକ୍ରମ କୁ ଶେଷ କରିଥିଲେ ।