Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଗ୍ରୀଷ୍ମ ସମୟରେ ମାତ୍ରାଧିକ ଗରମ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା, ନିରାପତ୍ତା ପାଇଁ କର୍ମଚାରୀଙ୍କୁ ପରାମର୍ଶ :

887 0

ଭୁବନେଶ୍ବର:୨୮ /୦୩ ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ନିବାରକ କାର୍ଯ୍ୟ ହାତକୁ ନିଆଯାଇଅଛି I ଅସହ୍ୟ ଗରମ ସମୟରେ ଟ୍ରେନ ଗୁଡିକର ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ରେଳବାଇ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଅଛି I ବିଭିନ୍ନ ଋତୁରେ ରେଳ ଚଳାଚଳ କ୍ଷେତ୍ରରେ ଯେପରି ବାଧା ନଉପୁଜେ, ସେଥିପାଇଁ ରେଳବାଇର ସ୍ୱତନ୍ତ୍ର ଦଳ ଗୁଡିକ ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ଓ ଥଇଥାନ ପାଇଁ ସଜାଗ ଥାନ୍ତି ।

ପାନୀୟ ଜଳ ବିତରଣ କେନ୍ଦ୍ର, ପାଣି ଟ୍ୟାପ ଯେପରି ସଠିକ କାର୍ଯ୍ୟ କରୁଥିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ନେବାପାଇଁ ସମସ୍ତ ରେଳ ମଣ୍ଡଳକୁ ପରାମର୍ଶ ଦିଆଯାଇଅଛି I ଏହା ସହିତ ଜଳ ଯୋଗାଣ କରୁଥିବା ଇଲେକ୍ଟ୍ରିକ ପମ୍ପ ଯେପରି ସଠିକ କାର୍ଯ୍ୟକରୁଥିବା ସେଥି ପ୍ରତି କଡା ନଜର ରଖିବାକୁ କୁହାଯାଇଅଛି I ବଡ ଷ୍ଟେସନ ଗୁଡିକରେ ପ୍ରତିକ୍ଷ୍ୟାଳୟ ଗୁଡିକରେ ପାନୀୟ ଜଳ ଉପଲବ୍ଧ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଅଛି ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ଗ୍ରୀଷ୍ମ ଋତୁରେ ମାତ୍ରାଧିକ ଗରମ ସମୟରେ ରେଳାଚଳାଚଳ ପ୍ରତି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପ୍ରତି ସଜାଗ ରହିବ ସହିତ ଟ୍ରାକ ରକ୍ଷଣାବେକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାକୁ କହିବା ସହ ରେଳଧାରଣରେ ଉପଯୁକ୍ତ ଵାଲାଷ୍ଟ ବ୍ୟବସ୍ଥା କରିବା ଓ ରେଳଧାରଣ ବଙ୍କେଇଯିବା କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବାକୁ ଉପଦେଶ ଦେଇଛନ୍ତି I ଟ୍ରେନ କୋଚ ଗୁଡିକରେ ବିଦ୍ୟୁତ ସରଞ୍ଜାମ ଗୁଡିକର ସଠିକ ସାଜ ସରଞ୍ଜାମ ପ୍ରତି ଧ୍ୟାନ ଦେବା ସହିତ ଦରକାର ହେଲେ ସମ୍ପୂର୍ଣ ପ୍ରଣାଳୀକୁ ବଦଳାଇବା ପାଇଁ ପଦକ୍ଷେପ ନେବାକୁ ମହାପ୍ରବନ୍ଧକ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି I ଟ୍ରେନ ଗୁଡିକର ଲଗେଜ ଭ୍ୟାନ, ପ୍ୟାଣ୍ଟ୍ରି କାର ଓ କୋଚ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ଶ୍ରୀ ବିଦ୍ୟାଭୂଷଣ ଆଦେଶ ଦେଇ ଥିବା ବେଳେ ଏଥିପ୍ରତି ଷ୍ଟେସନ, କୋଚିଂ ଡିପୋ ଓ ଅନ୍ୟାନ ରେଳବାଇ ଭିତ୍ତିଭୂମି ମାନଙ୍କରେ ଅଗ୍ନିନିର୍ବାପକ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।

ଗ୍ରୀଷ୍ମ ଋତୁ ସମୟରେ ବ୍ୟାପକ ମାତ୍ରାରେ ସଜାଗ ରହିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳ ଗୁଡିକୁ ନିର୍ଦେଶ ଦିଆଯାଇଅଛି I ମାତ୍ରାଧିକ ଗରମ ସମୟରେ ଗ୍ରୀଷ୍ମ କାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହିତ ଅତିମାତ୍ରାରେ ସଜାଗ ରହି ସମସ୍ୟା ଥିବା ସ୍ଥାନ ମାନଙ୍କରେ ଉଚିତ ପଦକ୍ଷେପ ନେବାକୁ କୁହାଯାଇଅଛି I ଏଥି ସହିତ ରେଳ ଥର୍ମୋମିଟର ସର୍ବଦା ବ୍ୟବହାର କରି ଟ୍ରାକରେ ଥିବା ରେଲକୁ ଅତ୍ୟଧିକ ଗରମ ସମୟରେ ସମ୍ପ୍ରସାରିତ ପ୍ରତି ଧ୍ୟାନଦିଆଯିବାକୁ କୁହାଯାଇଅଛି ।

ରେଳ ଷ୍ଟେସନ, ଟ୍ରେନ ଓ ଗୁରୁତ୍ୱପୂର୍ଣ ସ୍ଥାନମାନଙ୍କରେ ଅଗ୍ନିପ୍ରତିରୋଧକ ଦ୍ରବ୍ୟ ଓ ନିର୍ବାପକ ବ୍ୟାପକ ଭାବେ ଉପଲବ୍ଧ କାରାଇବାପାଇଁ ଆଦେଶ ଦିଆଯାଇଥିବା ବେଳେ ରାଜ୍ୟ ଅଗ୍ନିଶମ ବିଭାଗ ସହିତ ଉଚିତ ସମନ୍ୱୟ ରକ୍ଷ୍ୟାକରିବାକୁ କୁହାଯାଇଛି I ଏହା ବ୍ୟତୀତ ରେଳ ଧାରଣା ପାଖରେ ରେଳଧାରଣ ଓ ଓଭର ହେଡ଼ ଇଲେକ୍ଟ୍ରି କୁ ଅବରୋଧ କରିବାକୁଥିବା ବୃକ୍ଷ ଗୁଡିକର ଡାଳ କାଟିବାକୁ କୁହାଯାଇଅଛି I ରେଳ ବ୍ୟବହାରକାରୀ ଓ ଯାତ୍ରୀମାନେ ଯେପରି କୌଣସି ଅଗ୍ନି ଉତ୍ପନ କରୁଥିବା ଦ୍ରବ୍ୟ ଟ୍ରେନ ଯାତ୍ରା ସମୟରେ ନନିୟନ୍ତି ସେଥିପ୍ରତି ଧ୍ୟାନଦେବାକୁ ସୁରକ୍ଷା ବିଭାଗକୁ କୁହାଯାଇଅଛି ।

ଏହା ବ୍ୟତୀତ ଗୁରୁତ୍ୱପୂର୍ଣ ସ୍ଥାନମାନଙ୍କରେ ବ୍ୟାନର ଓ ପୋଷ୍ଟର ଲଗାଯାଇ ସଚେତନ କରାଯାଉଅଛି I ଡିଜେଲ ଇଂଜିନ ରେ ଗରମ ଅବସ୍ଥାକୁ ଯେପରି ପ୍ରତିହତ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପଦେଶ ଦିଆଯାଇଅଛି I ତତସହିତ କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଉଥିବା ବେଳେ ଘନ ଘନ କଡା ନୀରିକ୍ଷଣ କରାଯିବାକୁ ନିର୍ଦେଶ ଦିଆଯାଇଅଛି ।

Facebook Notice for EU! You need to login to view and post FB Comments!

Related Post

ବାରହା ପାଇଁ ପ୍ରସ୍ତୁତ କରୁଥିଲେ ବାଣ। ସେହି  ବାଣ ବିସ୍ଫୋରଣ ୧ମୃତ ୨ଗୁରୁତର

Posted by - October 19, 2019 0
ମୟୁରଭଞ୍ଜ:ବାରହା ଶିକାର ନିଶା ନେଲା ଜୀବନ। ବାରହା ଶିକାର ପାଇଁ ଲୁଚି ବାଣ ପ୍ରସ୍ତୁତ କରୁଥିବା ବେଳେ ଅଚାନକ ହୋଇଥିଲା ବିସ୍ଫୋରଣ ଆଉ ଘଟଣା ସ୍ଥଳରେ ଗୁରୁତର…

ହିନ୍ଦି ଶିକ୍ଷା ସଂସ୍ଥାନ ବାର୍ଷିକୋତ୍ସବ ଅନୁଷ୍ଠିତ

Posted by - October 5, 2019 389
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍କୃତି ଭବନ ପରିସରରେ ହିନ୍ଦି ଶିକ୍ଷା ସଂସ୍ଥାନ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଜିତ୍ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ଏନଟିପିସି ଦର୍ଲିପାଳିର କୋଇଲା ଆବଶ୍ୟକତାକୁ ପୂରଣ କଲା ଏନଏଲସି ଇଣ୍ଡିଆ

Posted by - October 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଦେଶ ଏବେ ଉତ୍କଟ କୋଇଲା ସଙ୍କଟର ସମ୍ମୁଖୀନ ହୋଇଛି , ଯାହା ଅନେକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପ୍ରଭାବିତ କରିଛି I ଏହା କୁ…

ତମାଖୁ ବର୍ଜନ ପାଇଁ ସଚେତନତା ରାଲି 

Posted by - May 25, 2022 0
ସୋନପୁର:(ଅଜିତ କୁମାର ପୁଜାହାରି) ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନର ପ୍ରାକ୍ କାର୍ଯ୍ୟକ୍ରମ ଭାବେ ଆଜି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ…

କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ବରୀ ଯାତ୍ରା

Posted by - October 19, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ! ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ…

Leave a comment

Your email address will not be published.