ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଯେ, ଇ,ଲୁ,ମ,ମଣ୍ଡଳୀ ରେ ତାଳୁଙ୍କ ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହଇଥିଲା।ଏଥିରେ ନିର୍ବାଚନ ଅଧିକାରୀ ଭାବେ ନବରଙ୍ଗପୁର ଜିଲା ପ୍ରଧାନ ମଣ୍ଡଳୀ ର ପରିଚାଳକ ରେଭ ଯୁଝେସ୍ବର ନାୟକ ପରିଚାଳନା କରିଥିଲେ।ନିର୍ବାଚନ ଦାଇତ୍ଵ ସ୍ଥାନୀୟ ପାଳକ ବିପିନ ବିହାରୀ ଧାନଫୁଲ କରିଥିଲେ।ସଭାପତି ଭାବେ ପଙ୍କଜ ବେନିଆ ଓ ମହେନ୍ଦ୍ର ସାମନ୍ତରାୟ ମଧ୍ୟ ରେ ପଙ୍କଜ ବେନିଆ ନିର୍ବାଚିତ ହୋଇଥିଲେ।ସମ୍ପାଦକ ଭାବେ ବି ତୁଷାର କାନ୍ତ ଦାସ ଓ ଐଶ୍ୱର୍ଯ୍ୟ ଟାକ୍ରୀ ମଧ୍ୟ ରେ ଐଶ୍ୱର୍ଯ୍ୟ ଟାକ୍ରୀ ନିର୍ବାଚିତ ହୋଇଥିଲେ।କୋଷାଧ୍ୟକ୍ଷ ଭାବେ ଯୁବଲ କର୍କରା ବିନା ପ୍ରତିଦ୍ୱନ୍ଦୀ ରେ ମନୋନୀତ ହଇଥିଲେ।
ସେହିଭଳି ପୁରୁଷ ସମାଜ ପାଇଁ ଗୋଲକ ଖୁରା,ଶିଶିର କୁମାର ଟାକ୍ରୀ, ଯୁବ ସମାଜ ପାଇଁ ବିନୋଦ କର୍କରା ସ୍ତ୍ରୀ ସମାଜ ପାଇଁ ପ୍ରମିଳା ସାମନ୍ତ ରାୟ, ହେମାଗିଂନି ସୁନା, ଯୁବତୀ ସମାଜ ପାଇଁ ଜଚନା ନାୟକ।ନବରଙ୍ଗପୁର ପ୍ରଧାନ ମଣ୍ଡଳୀ ପାଇଁ ସଣ୍ଡେ ସ୍କୁଲ ର ମନୋଜ କୁମାର ସୁନା, ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ ହଇଥିଲେ।ନୂତନ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ଉତ୍ତମ ଭାବେ ପରିଚାଳନା କରିବାକୁ ତାଳୁକ ଅନ୍ତର୍ଗତ ପ୍ରାଚୀନ, ପ୍ରଚାରକ ଭଦ୍ର ମଣ୍ଡଳୀ ସମସ୍ତେ ପୁଷ୍ପମାଲ୍ୟ ଦେଇ ସ୍ଵାଗତ କରିଥିଲେ।ଶେଷରେ ନୂତନ କମିଟିର କର୍ମକର୍ତ୍ତା ଙ୍କ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ପ୍ରାଥନା କରାଯାଇଥିଲା