ପୋଖରୀ ରୁ ମୃତ ଦେହ ଉଦ୍ଧାର

240 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅନ୍ତର୍ଗତ ବାଣପୁର ଜଗନ୍ନାଥ ମନ୍ଦୀର ସମ୍ମୁଖ ପୋଖରୀରୁ ଏହି ମୃତ ଦେହଟି ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିଂଝାରପୁର ପ୍ରୀତିପୁର ଅଂଚଳର ରୁଦ୍ର ଆଚାର୍ଯ୍ୟ। ଆଜି ଅପରାହ୍ନରେ ମୃତ ଦେହଟି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଯାଜପୁର ପୋଲିସକୁ ଖବର ଦେଇଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ଚକ୍ର ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

ମୃତ ଦେହ ଉଦ୍ଧାର ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସହିତ ଗୋଡ଼ ବନ୍ଧା ଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ। ତେବେ ରୁଦ୍ରଙ୍କ ଶବ ଏଠିକୁ କିପରି ଆସିଲା ସେ ନେଇ ଚର୍ଚା ଜୋର ଧରିଛି।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କିଛି ଜଣାପଡିବ ।

Related Post

ପଶ୍ଚିମ ଓଡିଶା ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ହେବ ସଂଙ୍କଳ୍ପ ଦିବସ

Posted by - May 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ପୁଣି ଥରେ ସଜବାଜ ହେଉଛି ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରିୟ କ୍ରିୟାନୁଷ୍ଠାନ…

ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ଦଳ ପକ୍ଷରୁ ବାର ଘଣ୍ଟିଆ ବଲାଙ୍ଗୀର ବନ୍ଦ

Posted by - October 22, 2021 0
ବଙ୍ଗୋମୁଣ୍ଡା:( ଅଭିମନ୍ୟୁ ବହିଦାର)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ସମଗ୍ର ରାଜ୍ୟରେ ଜନଆନ୍ଦୋଳନ କ୍ରମାଗତଭାବେ ବୃଦ୍ଧି…

କୋଭିଡ ନିୟମ କୁ ସରକାରୀ ବାବୁଙ୍କ ଫୁ, ପ୍ରଶାସନ ଦୃଷ୍ଟି ଦେବେକି?

Posted by - January 20, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସାରା ଦେଶ ଓ ରାଜ୍ୟରେ କରୋନା ରୁପକ ମହାମାରୀ ତାର କରାଳ ରୂପ ଧାରଣ କରି ବଢ଼ିବାରେ ଲାଗିଛି ।ଜନ…

ମଣିଷ ଓ ଭାଲୁ ମଧ୍ୟରେ ନିଆରା ସମ୍ପର୍କ,ମଣିଷ ହାତରୁ ଭୋଗ ଖାଉଛି ଜଙ୍ଗଲୀ ଭାଲୁ

Posted by - November 13, 2021 0
ନୂଆପଡା:( ମେଘନାଦ ନାଏକ)ମଣିଷ ଓ ଭାଲୁ ମଧ୍ୟରେ ନିଆରା ସମ୍ପର୍କ ସାଧାରଣତ ହିଂସ୍ରଜନ୍ତୁ ଓ ମଣିଷ ମଧ୍ୟରେ ସାଧାରଣତ ଲଡେଇ ଯାରିରହିଛି।ହେଲେ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଳକ…