ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତର ପର୍ଯ୍ଯନ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି l ଜିଲ୍ଳା ର ବିନିକା ବ୍ଲକ କଉଡିଆମୁଣ୍ଡା ଠାରେ ବ୍ଳକ ସ୍ତରୀୟ କର୍ମକର୍ତ୍ତା ଙ୍କୁ ନେଇ ଦଳ ପକ୍ଷରୁ ରଣ କୌଶଳ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଛି l ତେବେ କିପରି ବୁଥ୍ ସ୍ତରରୁ ସଂଗଠନ କୁ ମଜଭୁତ ହୋଇପାରିବ ସେଥିନେଇ ଆଲୋଚନା ହୋଇଥିଲା l
ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ସଭାପତି ଗୌରୀ ଶ୍ଯାମ ପଣ୍ଡା, ମହିଳା କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତି ବାଗ, ଲିଗାଲସେଲ ସୁଧୀର କୁମାର ପଣ୍ଡା, ରବିନ୍ଦ୍ର ହୋତା, ବିଜୟ କୁମାର ଭୋଇ ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l