ବେକରେ ବେଡ଼ସିଟ ଲଗାଇ ଯୁବକଙ୍କ ଆତ୍ମହତ୍ୟା

168 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ଫାଣ୍ଡି ହିକୁଡି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ହିକୁଡି ଫାଣ୍ଡି ଅନ୍ତର୍ଗତ ହିକୁଡି ଗାଁରେ ଯୁବକର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ନିଜ ଘର ଭିତରେ ବେକରେ ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଥିବା ମୃତ ଯୁବକର ନାଁ ଦିଲ୍ଲୀପ ଗୁରୁ ବୋଲି ଜଣା ପଡ଼ିଛି l ତେବେ ପାରିବାରିକ କଳହ ରୁ ଆତ୍ମହତ୍ୟା ସନ୍ଧେହ କରାଯାଉଛି ।

ଆତ୍ମହତ୍ୟା ପୂର୍ବୁର ବାପା ଓ ସ୍ତ୍ରୀକୁ ଆକ୍ରମଣ କରିଥିବା ଫଳରେ ବାପା ତଳେ ପଡିଯାଇ ଆହତ ହୋଇ ସୋନପୁର ଡାକ୍ତରଖନାରେ ଭର୍ତ୍ତି କରାଯାଇଛି l ହିକୁଡି ପୋଲିସ ଦ୍ୱାରା ଶବ ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇ କେସ ନମ୍ବର 10/21ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି l ଯୁବକ ଜଣକ ମାନସିକ ଆବସ୍ଥା ଠିକ ନ ଥିଲା ବୋଲି ଶୁଣା ଯାଉଛି l

 

Related Post

ଗ୍ରାମାଞ୍ଚଳରେ ହାଇପର ମାର୍କେଟ ଖୋଲିଲା

Posted by - February 6, 2022 0
ଯାଜପୁର:ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ହାଇପର ମାର୍କେଟର ଚାହିଦା ବଡ଼ିବାରେ ଲାଗିଛି l ଦେଶ ତଥା ରାଜ୍ୟର ବଡ଼ ବଡ଼ ସହର ମାନଙ୍କରେ ଅତ୍ୟାଧୁନିକ ହାଇପର ମାର୍କେଟି ଦେଖିବାକୁ…

ଦରଦାମ ବୃଦ୍ଧି ବିରୋଧରେ ମାଥିଲି ସି ପି ଆଇ ଦ୍ଵାରା ଛ’ ଘଣ୍ଟା ବନ୍ଦ

Posted by - July 16, 2021 0
ମାଥିଲି :(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ସି ପି ଆଇ ଦ୍ଵାରା ଛ ଘଣ୍ଟା ବନ୍ଦ । ମାଲକାନଗିରି ଜିଲ୍ଲା ମାଥିଲି ସଦର ମହୁକୁମା ଠାରେ ସିପିଆଇ…

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

Posted by - October 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ତାରିଖରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ଜିଲ୍ଲା ଟ୍ରେନିଂ ବୌଦ୍ଧ ରେ ପାଳିତ ହୋଇଛି!ଏହିକାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ମୁଖ୍ୟ…

ନବରଙ୍ଗପୁର ଛାତ୍ର ଛାତ୍ରୀ ମାନଙ୍କ ସହ ଜୀବନ ସହ ଖେଳୁଛନ୍ତି ITDA ଏବଂ DWO

Posted by - October 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ର ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ସହ ଖେଳୁଛନ୍ତି ନବରଙ୍ଗପୁର ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ଏବଂ ନବରଙ୍ଗପୁର…