ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିବା ବିଜେପି କହିଥିଲା । ଏଥିପାଇଁ ଦଳ ପକ୍ଷରୁ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ତଥାକଥିତ ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନକରାଯାଇଥିଲା।ଅନ୍ୟପକ୍ଷରେ ଗୁଇନ୍ଦା ଚିଠିକୁ ନେଇ ପୁଲିସ୍ ଡିଜି ପ୍ରତିକ୍ରିୟା ରଖିଛନ୍ତି। ଡିଜିପି ଆରପି ଶର୍ମା ଟ୍ୱିଟ୍ କରି କହିଛନ୍ତି, “ଗୁଇନ୍ଦା ଚିଠିରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକ ହାରିବା ପ୍ରସଙ୍ଗରେ ଏକ ଦଳ ଦେଖାଉଥିବା ରିପୋର୍ଟ ଜାଲ୍। ଏହା ମନଗଢ଼ା। ଏହାକୁ ନେଇ ଏଫ୍ଆଇଆର କରାଯାଇଛି।”
